ଜମ୍ମୁ ଓ କଶ୍ମୀରର ନୌସେରାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ: ଜମ୍ମୁ ଓ କଶ୍ମୀରର ନୌସେରା ସେକ୍ଟର୍‌ସ୍ଥିତ ନିୟନ୍ତ୍ରଣ ରେଖା ନିକଟ ଫର୍‌ଓ୍ଵାର୍ଡ ପୋଷ୍ଟ୍‍ ଉପରେ ଆଜି ପାକିସ୍ତାନୀ ସେନା ଘଣ୍ଟାଏ କାଳ ଗୁଳି ବର୍ଷଣ କରିଥିଲେ।

ସକାଳ ନଅଟାବେଳେ ବନ୍ଧୁକ ଯୋଗେ ଫର୍‌ଓ୍ଵାର୍ଡ ପୋଷ୍ଟ୍‍ ଉପରକୁ ଗୁଳି ଚଳାଇଥିଲେ।

ଏହାର ଜବାବରେ ଭାରତୀୟ ସେନା ପାଲଟା ଗୁଳି ଚଳାଇ ଥିଲେ। ଉଭୟ ପକ୍ଷ ମଧ୍ୟରେ ସକାଳ ୧୦ଟା ଯାଏ ଗୁଳି ବିନିମୟ ଚାଲିଥିଲା।
ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ।

ସମ୍ବନ୍ଧିତ ଖବର