ଜମ୍ମୁ: ପାକିସ୍ତାନୀ ଗୁଳିରେ ବୁଧବାର ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ନିୟନ୍ତ୍ରଣ ରେଖା ନିକଟ (ଏଲ୍ଓସି) ରାଜୌରୀ ଜିଲ୍ଲାର ନୌସେରା ଠାରେ ପାକିସ୍ତାନୀ ଗୁଳିରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।
#JammuAndKashmir: Pakistan violated ceasefire in Nowshera sector of Rajouri district at around 12 pm today. One civilian killed.
— ANI (@ANI) December 26, 2018
ପାକିସ୍ତାନୀ ସେନା ନୌସେରା ସେକ୍ଟରରେ ଅତର୍କିତ ଭାବରେ ଗୁଳି କରିଥିଲା। ଏଥିରେ ନୌସେରା ଅଂଚଳର ଦିଇଂ ନିବାସୀ ବେଧରାଜ (୫୫) ନାଁରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ସୂଚନା ଦେଇଛନ୍ତି। ପୀଡ଼ିତଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ସେନା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି, ଭାରତୀୟ ଯବାନମାନେ ପାକିସ୍ତାନୀ ଗୁଳିର କଡ଼ା ଜବାବ ଦେଇଛନ୍ତି।