ଜମ୍ମୁ-କଶ୍ମୀର: ପାକିସ୍ତାନ ମଙ୍ଗଳବାର ପୁଣି ଅସ୍ତ୍ରବିରତି ଉଲଂଘନ କରିଛି। ଜମ୍ମୁ-କଶ୍ମୀରର ପୁନଛ ଜିଲ୍ଲାର ସାହପୁର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଛି। ପାକିସ୍ତାନ ସେନା ପକ୍ଷରୁ ଶାହପୁରରେ ଅକାରଣ ଗୁଳିବିନିମୟ ଆରମ୍ଭ କରିଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ଭାରତୀୟ ସେନା ବି ଗୁଳିବିନିମୟ ଆରମ୍ଭ କରିଥିଲା।
ସେପ୍ଟେମ୍ବର ୨୯ ତାରିଖରେ ପାକିସ୍ତାନ ସେନା ଘାଟିର ପୁନଛ ଜିଲ୍ଲାର ମେନ୍ଧାର ସବ-ଡିଭିଜନର ମେନ୍ଧାର ଓ ବାଲାକୋଟ ସେକ୍ଟରରେ ଅସ୍ତ୍ରବରତି ଉଲଂଘନ୍ନ କରିଥିଲା। ଏହି ଘଟଣାରେ ତିନିଜଣ ସାଧାରଣଲୋକ ଆହତ ହୋଇଥିବା ସୂଚନା ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/2017_5largeimg03_Wednesday_2017_092055207-750x430.jpg)