ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରର କେର୍ଣ୍ଣି, କସବା ଏବଂ ଦିଗ୍ଓ୍ଵାର୍ ସେକ୍ଟର୍ଠାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ୧୦ ବର୍ଷିୟ ବାଳକ ଏବଂ ଜଣେ ବାଳିକା ନିହତ ହେବା ସହ ଅନ୍ୟ ପାଞ୍ଚ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ନିହତ ବାଳକର ନାଁ ଇସ୍ରାର୍ ଅହମଦ୍ ଏବଂ ସେ କାର୍ଣ୍ଣି ସେକ୍ଟର୍ରେ ବାସକରେ। ବାଳିକା ଜଣକ ଦିଗ୍ଓ୍ଵାର୍ ସେକ୍ଟର୍ରେ ନିହତ ହୋଇଛି।
ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଞ୍ଚ୍ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖା ପାର୍ଶ୍ୱ ସୀମାନ୍ତବର୍ତ୍ତୀ ଗାଁଗଣ୍ଡା ଏବଂ ଫର୍ଓ୍ଵାର୍ଡ ପୋଷ୍ଟ୍ଗୁଡ଼ିକ ଉପରେ ପାକିସ୍ତାନୀ ସେନା ଗୁଳି ଓ ମୋଟାର୍ ମାଡ କରିଥିଲା ବୋଲି ପୁଲିସ କହୁଛି।
ପାକିସ୍ତାନ ସେନାକୁ ଏହାର ସମୁଚ୍ଚିତ ଜବାବ ଦେଇଛି ଭାରତୀୟ ସେନା। ଖବର ଆସିବା ଯାଏଁ ଉଭୟ ପକ୍ଷରୁ ଗୁଳି ବିନିୟମ ଚାଲିଥିଲା।
ଅଧିକାରୀମାନେ କହନ୍ତି: ପାକିସ୍ତାନୀ ସେନା ଶାହାପୁର, କିର୍ଣ୍ଣି ଏବଂ କସ୍ବା ସେକ୍ଟର୍ ଅନ୍ତର୍ଗତ ଡଜନାଧିକ ଗାଁ ଏବଂ ପୋଷ୍ଟ୍ ଉପରେ ପ୍ରତ୍ୟୁଷରୁ ଗୁଳିଗୋଳା ବର୍ଷଣ କରିଥିଲେ। ଫଳତଃ, ଜଣେ ବାଳକ ଏବଂ ଜଣେ ବାଳିକା ନିହତ ହେବା ସହ ଅନ୍ୟ ୫ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ସକାଳ ୬ଟା ୫୦ ମିନିଟ୍ରେ ତୁମୁଳ ସୀମାପାରି ଗୁଳିଗୋଳା ବିନିମୟ ଚାଲିବାରୁ ସୀମାନ୍ତବର୍ତ୍ତୀ ବାସିନ୍ଦା ଛାନିଆ ହୋଇଯାଇଥିଲେ। ଆହତ ସାଧାରଣ ନାଗରିକମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।
ଇତିମଧ୍ୟରେ କେରାନ୍ ସେକ୍ଟର୍ରେ ନିରାପତ୍ତାବଳ ଏକ ଅନୁପ୍ରବେଶ ଉଦ୍ୟମ ବିଫଳ କରିଛନ୍ତି। ସେମାନେ ଜଣେ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିବା ସହ ତଲାସୀ ଅଭିଯାନ ଚାଲୁ ରଖିଛନ୍ତି।
ପାକିସ୍ତାନ ଗୋଟାଏ ଭୀରୁ ଦେଶ, ଗୋଟିଏ ପଟେ ସେମାନେ ଧଳା ପତାକା ଦେଖାଉଛନ୍ତି ଏବଂ ଅନ୍ୟ ପଟେ ସାଧାରଣ ନାଗରିକଙ୍କୁ ଆକ୍ରମଣ କରୁଛନ୍ତି ବୋଲି ଜମ୍ମୁ ଏବଂ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏନ୍. ସିଂହ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି।
ପୁଞ୍ଚ୍ରେ ପାକିସ୍ତାନୀ ସେନାର ଗୁଳି ଚୋଟରେ ୨ ଶିଶୁ ମୃତ; ୫ ନାଗରିକ ଆହତ
/sambad/media/post_attachments/wp-content/uploads/2017/10/60908500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)