ନୂଆଦିଲ୍ଳୀ: ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତର କଡ଼ା ଆଭିମୁଖ୍ୟ ଆଗରେ ଭାଙ୍ଗିଲା ସେହବାଜ ସରିଫଙ୍କ ଗର୍ବ । ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏବେ ଭାରତ ସହ କଥା ହେବାକୁ ରାଜି ହୋଇଛନ୍ତି ସେହବାଜ । ଇରାନ୍ ଗସ୍ତରେ ଥିବା ସେହବାଜ ସରିଫ ସେଠାରେ କହିଛନ୍ତି, ଭାରତ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।
‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବାକୁ ଲାଗିଛି ଭାରତ । ଆତଙ୍କବାଦ ପ୍ରସଙ୍ଗ, ପହଲଗାମ ଆକ୍ରମଣ, ପାକିସ୍ତାନର ଆତଙ୍କୀ ପ୍ରେମ ଓ ଭାରତର ‘ଅପରେସନ୍ ସିନ୍ଦୂର’ର ସଫଳତା ନେଇ ବିଭିନ୍ନ ଦେଶରେ ଆଲୋଚନା କରୁଛନ୍ତି ଭାରତୀୟ ପ୍ରତିନିଧି ଦଳ । ଆଉ ଭାରତର ଏଭଳି କଡ଼ା ଆଭିମୁଖ୍ୟ ଦେଖି ନିଜ ଛବି ସୁଧାରିବାକୁ ଚାହୁଛି ପାକିସ୍ତାନ । ଏହି ପରିପ୍ରେକ୍ଷୀରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତ ଦେଖାଦେଖି ନିଜ ସମର୍ଥିତ ଦେଶ ଭ୍ରମଣରେ ଅଛନ୍ତି ସେହବାଜ ସରିଫ । ତୁର୍କୀ, ଇରାନ, ଅଜରବୈଜାନ ଓ ତାଜାକିସ୍ତାନ ଗସ୍ତରେ ଅଛନ୍ତି ସେହବାଜ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/27/8alC3KZMkwJFjuzT3HDE.jpg)