ଇସ୍ଲାମାବାଦ : ଦୁଇବର୍ଷ ତଳେ ଭାରତୀୟ ସୁରକ୍ଷା କର୍ମୀ ଯେଉଁ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ, ପାକିସ୍ତାନ ତାହାକୁ ଭୁଲିପାରି ନାହିଁ। ପ୍ରଥମେ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ଖଣ୍ଡନ କରିଥିବା ପାକିସ୍ତାନ ଏବେ ଏହାକୁ ପେରାକ୍ଷରେ ସ୍ବୀକାର କରିଛି। ଏଥିପାଇଁ ପାକିସ୍ତାନ ଭିତିରିଆ ଭାବେ ପ୍ରତିଶୋଧପରାୟଣ ହୋଇ ନିୟମିତ ଭାବେ ବିଭିନ୍ନ କାଣ୍ଡ ଘଟାଉଥିବା ବେଳେ ଆଜି ଏହାର ଜଣେ ପ୍ରମୁଖ ସେନା ଅଧିକାରୀ ସତକଥା କହିଦେଇଛନ୍ତି। ପାକିସ୍ତାନର ମେଜର ଜେନେରାଲ୍ ଆସିଫ୍ ଗଫୁର କହିଛନ୍ତି, ଭାରତ ଉପରେ ପାକିସ୍ତାନ ୧୦ଟି ସର୍ଜିକାଲ୍ ଷ୍ଟ୍ରାଇକ୍ କରି ତା’ର ଜବାବ ଦେବ।
ପାକ୍ ସେନା ମୁଖ୍ୟ କମର ଜାଭେଦ୍ଙ୍କ ସହିତ ଲଣ୍ଡନ ଗସ୍ତରେ ଯାଇଥିବା ଗଫୁର ସେଠାକାର ଗଣମାଧ୍ୟମରେ କହିଛନ୍ତି, ଭାରତ ଯଦି ସାହସ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିପାରୁଛି, ଆମେ ମଧ୍ୟ ତା’ର ଜବାବ ଦେଇପାରିବୁ। ଏଥିପାଇଁ ଭାରତକୁ ୧୦ଟି ସର୍ଜିକାଲ୍ ଷ୍ଟ୍ରାଇକ୍ର ସାମ୍ନା କରିବାକୁ ପଡ଼ିବ। ଯେଉଁମାନେ ଆମ ବିରୋଧରେ ଷଡ଼ଯନ୍ତ୍ର କରି ତାହାକୁ ସଫଳ କରିବାରେ ଲାଗିଛନ୍ତି, ସେମାନଙ୍କୁ ପାକିସ୍ତାନର କ୍ଷମତାକୁ ମଧ୍ୟ ଜାଣିରଖିବା ଦରକାର। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଆତଙ୍କବାଦୀମାନେ ଉରିରେ ଆକ୍ରମଣ କରିବା ଫଳରେ ୧୭ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ପ୍ରତିଶୋଧ ସ୍ବରୂପ ୨୦୧୬ ସେପ୍ଟେମ୍ବର ୨୯ରେ ଭାରତୀୟ ସୁରକ୍ଷାକର୍ମୀ ପାକିସ୍ତାନ ଭିତରେ ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ। ଏହାଦ୍ବାରା ଅନେକ ପାକ୍ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ସେମାନଙ୍କ ଶିବିର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। କିନ୍ତୁ ଏହାକୁ ପାକ୍ ସେତେବେଳେ ଖଣ୍ଡନ କରିଥିଲା।
ଗଫୁର ଆହୁରି କହିଛନ୍ତି ଯେ ପାକିସ୍ତାନରେ ଏବେ ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ପାକ୍ ସେନା ଚାହୁଛନ୍ତି। ଦେଶେର ହୋଇଥିବା ସାଧାରଣ ନିର୍ବାଚନ ସବୁଠୁ ମହତ୍ତ୍ବପୂର୍ଣ୍ଣ ଥିଲା। ଏହାଦ୍ବାରା ଦେଶକୁ ଏକ ସ୍ଥିର ସରକାର ମିଳିଛି। କିନ୍ତୁ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଯେଉଁମାନେ ଦାବି କରୁୁଛନ୍ତି, ସେଥିପାଇଁ ପ୍ରମାଣ ଦେଖାଇବା ଆବଶ୍ୟକ ବୋଲି ଗଫୁର କହିଛନ୍ତି। ପାକିସ୍ତାନରେ ହିଂସା ବୃଦ୍ଧି ପାଇବା ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ଏହାର ଭାବମୂର୍ତ୍ତି କାହିଁକି ଭଲ ରହୁନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଗଫୁର କହିଛନ୍ତି, ସେମିତି କିଛି ନାହିଁ। ପାକିସ୍ତାନରେ ଆର୍ଥିକ ବିକାଶ ଘଟୁଛି। ନୂଆ ଇମ୍ରାନ୍ ସରକାର ଆସିବା ପରେ ଏ ବାବଦରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ତେଣୁ କେବଳ ପାକିସ୍ତାନର ଗୋଟିଏ ଦିଗ ଉପେର ଧ୍ୟାନ ନଦେଇ ସାମଗ୍ରିକ ବିଷୟ ଉପରେ ଅବେଲାକନ କଲେ ଜଣେ ନିଶ୍ଚିତ ଦେଶର ବିକାଶକୁ ସ୍ପଷ୍ଟ ଦେଖିପାରିବ ବୋଲି ସେ କହିଛନ୍ତି।