ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଜରିଆରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତ ପ୍ରତିଶୋଧ ନେବା ପରେ ପାକିସ୍ତାନ ସରକାର ଏବେ ଭାରତ ଉପରେ  ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି ଏବଂ ଭାରତ ଏହାର କଡ଼ା ଜବାବ ଦେଉଛି। ପୂର୍ଣ୍ଣାଙ୍ଗ  ଯୁଦ୍ଧ ଭୟରେ ପାକିସ୍ତାନ ସରକାର ଚୀନ୍ ଓ ତୁର୍କୀ ସମେତ ବିଭିନ୍ନ ଦେଶର ସହାୟତା ଲୋଡ଼ିଛନ୍ତି। ପାକିସ୍ତାନ ଏବେ ଭାରତ ସହ ଯୁଦ୍ଧ କରିପାରିବ ନାହିଁ ବୋଲି ଅନ୍ତର୍ଜାତୀୟ ଏଜେନ୍ସିମାନେ ରିପୋର୍ଟ ଦେଉଛନ୍ତି। ଦୀର୍ଘଦିନ ଧରି ଦୁର୍ବଳ ଥିବା ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଆମେରିକୀୟ ରେଟିଂ ଏଜେନ୍ସି ମୁଡିଜ୍ ରିପୋର୍ଟ କରିଛି ଯେ, ଯଦି ପାକିସ୍ତାନ ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଏ, ତେବେ ପୂର୍ବରୁ ସଙ୍କଟରେ ଥିବା ଏହାର ଅର୍ଥନୀତି ଭୁଶୁଡ଼ି ପଡ଼ିବ। ପାକିସ୍ତାନୀ ଲୋକମାନେ ପୂର୍ବରୁ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି।

Advertisment

ଏଭଳି ସ୍ଥିତିରେ ଯୁଦ୍ଧ ହେଲେ ଦର ପୁଣି ଆକାଶଛୁଆଁ ହେବ। ଜିଡିପି ଅଭିବୃଦ୍ଧି ହାର ଦ୍ରୁତ ଗତିରେ ହ୍ରାସ ପାଇବ। ଏହାବ୍ୟତୀତ ଏଡିବି, ଆଇଏମ୍‌ଏଫ୍‌ ଇତ୍ୟାଦିର ସହାୟତା ମଧ୍ୟ ବନ୍ଦ ହୋଇପାରେ। ସିନ୍ଧୁ ଜଳ ଚୁକ୍ତି ରଦ୍ଦ ହେବା ଏବଂ ବାଣିଜ୍ୟ କାରବାର ବନ୍ଦ ହେବା ପାକିସ୍ତାନ ପାଇଁ ଏକ ଝଟକା ପାଲଟିଛି। ଯଦି ଯୁଦ୍ଧ ହୁଏ ତେବେ ଏହାର ପରିଣାମ କେବଳ ପାକିସ୍ତାନ ନୁହେଁ ଚୀନ୍‌କୁ ମଧ୍ୟ ଭୋଗିବାକୁ ପଡିବ। ଚୀନ୍ ପାକିସ୍ତାନରେ ବିପୁଳ ପୁଞ୍ଜିନିବେଶ କରିଛି। ଚୀନ୍ ମଧ୍ୟ ପାକିସ୍ତାନକୁ କୋଟି କୋଟି ଡଲାର ଆର୍ଥିକ ସହାୟତା ଦେଇଛି। ଯଦି ଯୁଦ୍ଧ ହୁଏ, ତେବେ ଚୀନ୍‌କୁ ଏଥିପାଇଁ ଏକ ବଡ଼ ଅର୍ଥନୈତିକ ଝଟକା ଭୋଗିବାକୁ ପଡ଼ିବ। ତେଣୁ ବଡ଼ ଯୁଦ୍ଧକୁ ଏଡ଼ାଇବା ପାଇଁ ଚୀନ୍ ଯଥାସମ୍ଭବ ଚେଷ୍ଟା କରୁଛି।