ନିଜର ଦୁଃସାହସ ପାଇଁ ପାକିସ୍ତାନ ଭୋଗିବ : ଭାରତ

ନୂଆଦିଲ୍ଲୀ: ‘ନିଜର ଦୁଃସାହସ ପାଇଁ ପାକିସ୍ତାନ ଭୋଗିବ’ ପାକିସ୍ତାନକୁ ଏଭଳି କଠୋର ଭାଷାରେ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସେନା କ୍ୟାମ୍ପ ଆତଙ୍କବାଦୀ ଆକ୍ରମଣ ପାଇଁ ସେ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛନ୍ତି ।

ସୁଞ୍ଜୁଆନର ସେନା କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣ ଆଜାର ମାସୁଦ ଦ୍ୱାରା ପରିଚାଳିତ ଜୈସ-ଇ-ମହମ୍ମଦ ଦ୍ୱାରା କରାଯାଇଥିଲା । ସେ ପାକିସ୍ତାନ ସରକାରଙ୍କ ଠାରୁ ସବୁପ୍ରକାରର ସହାୟତା ପାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ଏହି ଆତଙ୍କବାଦୀମାନେ ସୀମା ସେପଟେ ଥିବା ନିଜ ହାଣ୍ଡଲରମାନଙ୍କଠାରୁ ନିର୍ଦ୍ଦେଶ ପାଉଥିଲେ । ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାକୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର