ଲକ୍ଷ୍ନୌ: ଦେଶର ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ, ୧୪ ଅଗଷ୍ଟରେ, ଦେଶ ବିଭାଜନର ସମ୍ମୁଖୀନ ହୋଇଥିଲା। ୧୪ ଅଗଷ୍ଟରେ ଦେଶରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯାଇଥାଏ।
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରିଜେଶ ପଠକଙ୍କ ପରି ବହୁ ବରିଷ୍ଠ ନେତା ଏକ ନୀରବ ପଦଯାତ୍ରା କରିଥିଲେ। ତେବେ ପଦଯାତ୍ରା ପରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସିଏମ୍ ଯୋଗୀ କହିଛନ୍ତି ଯେ ଆମ ଭୁଲରୁ ଆମକୁ ଶିଖିବାକୁ ପଡିବ। ଯାହାକୁ ଢାଲ କରି ବିଦେଶୀ ଆକ୍ରମଣକାରୀମାନେ ଦେଶରେ ପ୍ରବେଶ କରି ଆମର ପବିତ୍ର ତୀର୍ଥସ୍ଥାନଗୁଡ଼ିକୁ ନଷ୍ଟ କରିଦେଲେ। ଏଥିସହ ସେମାନେ ଭାରତର ଅଖଣ୍ଡତା ଏବଂ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଆମେ ବିଭାଜନର ଦୁଃଖଦ ଘଟଣାକୁ ପୁନରାବୃତ୍ତି କରିବାକୁ ଦେବୁ ନାହିଁ। ଆମକୁ ପ୍ରଥମେ ଦେଶ ଚିନ୍ତାଧାରାକୁ ଅନୁସରଣ କରିବାକୁ ପଡିବ।
...या तो पाकिस्तान का भारत में विलय होगा या पाकिस्तान इतिहास से समाप्त होगा, हमेशा के लिए समाप्त होगा... pic.twitter.com/4x4tJHQIpa
— Yogi Adityanath (@myogiadityanath) August 14, 2024
ସିଏମ ଯୋଗୀ କହିଥିଲେ ଆଜି ୧.୫ କୋଟି ହିନ୍ଦୁ ବାଂଲାଦେଶ ଭିତରେ ଜୀବନ ରକ୍ଷା କରିବାକୁ ସଂଗ୍ରାମ କରୁଛନ୍ତି ଏବଂ ନିବେଦନ କରୁଛନ୍ତି କିନ୍ତୁ ବିଶ୍ୱ ସମ୍ପୂର୍ଣ୍ଣ ନୀରବ ରହିଛି। ୧୯୪୭ରେ ଅନେକ ଲୋକ ବିଭାଜନର ଦୁଃଖଦ ଘଟଣା ଭୋଗିଥିଲେ। ପାକିସ୍ତାନର କୌଣସି ବାସ୍ତବତା ନାହିଁ। ପାକିସ୍ତାନ ହୁଏତ ଭାରତ ସହିତ ମିଶିଯିବ କିମ୍ବା ଇତିହାସରୁ ସବୁଦିନ ପାଇଁ ଲୋପ ପାଇଯିବ। ଯୋଗୀଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Pakistan-Will-Merge-With-India_Yogi-Adityanath-Says_Thumbnail.jpg)