ଲହୋଲ: ଦେଶରେ ବିଲାତି ବାଇଗଣ ଦର ୩୦୦ ହୋଇଥିଲେ ବି ପାକିସ୍ତାନ, ଭାରତଠାରୁ ବିଲାତି ନେବ ନାହିଁ ବୋଲି ଖାଦ୍ୟ ସୁରକ୍ଷା ମନ୍ତ୍ରୀ ସିକନ୍ଦର ହୟାତ୍ ସୂଚନା ଦେଇଛନ୍ତି। ଭାରତରୁ ଚଳିତବର୍ଷ ବିଲାତି ବାଇଗଣ ରପ୍ତାନି ହୋଇ ନ ଥିବାରୁ ପାକିସ୍ତାନ ପାଖରେ ଏବେ ବିଲାତି ବାଇଗଣର ଘୋର ଅଭାବ ରହିଥିବା ଜାଣିବାକୁ ମିଳିଛି।
ନିକଟରେ ପାକିସ୍ତାନରେ ବିଲାତି ବାଇଗଣ ଦର ୧୦୦ରୁ ୧୨୦ ରହିଥିଲା। ସରକାର ପରବର୍ତ୍ତୀ ମୁହୂର୍ତ୍ତରେ ଦର ୧୩୨ରୁ ୧୪୦ ମଧ୍ୟରେ ନିର୍ଦ୍ଧାରଣ କରିଥିଲେ।
ଲାହୋର ଚାମ୍ବର ଅଫ୍ କମର୍ସ ଇଣ୍ଡଷ୍ଟ୍ରି(ଏଲ୍ସିସିଆଇ) ପକ୍ଷରୁ ପ୍ରକାଶ ପାଇଛି ଯେ ଏହା ଦ୍ୱାରା ଆଞ୍ଚଳିକ କୃଷକମାନେ ଲାଭପ୍ରଦ ହେବେ। ଜାଣିବାକୁ ମିଳିଛି ପାକିସ୍ତାନର ପ୍ରାୟ ୪୩ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରିଥାନ୍ତି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ପ୍ରଥମେ ପଠାନକୋଟ ଆତଙ୍କବାଦୀ ଆକ୍ରମଣ ଓ ପରେ ଉରି ଆକ୍ରମଣ ଘଟିବା ପରେ ଭାରର, ପାକିସ୍ତାନକୁ ଦୋଷ ଦେଇଛି। ପାକିସ୍ତାନ ସୀମାରେ ଆଙ୍କବାଦୀ ନିୟୋଜିତ କରୁଛି ବୋଲି ଭାରତ ସନ୍ଦେହ କରିବା ପରେ ୨ ଦେଶ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଲାଗି ରହିଛି।