ଭାରତ ଏହି ସର୍ତ୍ତ ମାନିଲେ କୁଳଭୂଷଣଙ୍କୁ ମୁକ୍ତ କରିବାକୁ ରାଜି ହୋଇପାରେ ପାକିସ୍ତାନ !

ନୂଆଦିଲ୍ଲୀ : ଗତକାଲି ଅନ୍ତର୍ଜାତୀୟ ନ୍ୟାୟାଳୟରେ କୂଟନୈତିକ ପରାଜୟ ପରେ ପାକିସ୍ତାନ ଏବେ ନୂଆ ଚକ୍ରାନ୍ତ ଆରମ୍ଭ କରିଛି । ଏହି ଯୋଜନା ଅନୁସାରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବ, କିନ୍ତୁ ସର୍ତ୍ତ ହେଉଛି ଭାରତ ସରକାର ତାଙ୍କୁ ବେଲୁଚିସ୍ତାନରେ ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବା ଜଣେ ଗୁପ୍ତଚର ବୋଲି ସ୍ୱୀକାର କରିବେ ।

ଏକ ତୃତୀୟ ଦେଶ ମଧ୍ୟସ୍ଥତାରେ ଏହି ଅଫର ପାକିସ୍ତାନ ଭାରତକୁ ଦେବାର ସମ୍ଭାବନା ରହିଛି । ପୂର୍ବରୁ ଅକ୍ଟୋବର ୩୦ରେ ମଧ୍ୟ ପାକିସ୍ତାନ ଏପରି ଅଫର ଭାରତକୁ ଦେଇଥିଲା, କିନ୍ତୁ ଭାରତ ସରକାର ଏହାକୁ ଏକ ଚକ୍ରାନ୍ତ ବୋଲି କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଯଦି ଭାରତ ପାକିସ୍ତାନର ଏହି ଚକ୍ରାନ୍ତରେ ଭଳିଯାଇ କୁଳଭୂଷଣଙ୍କୁ ଏକ ଗୁପ୍ତଚର ବୋଲି ସ୍ୱୀକାର କରେ ତେବେ ପାକିସ୍ତାନ ସାରା ବିଶ୍ୱରେ ପ୍ରଚାର କରିବ ଯେ ଭାରତ ବେଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଅଛି ।
ଗତକାଲି ଅନ୍ତର୍ଜାତୀୟ ନ୍ୟାୟାଳୟରେ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଥିଲା । କାରଣ ପାକିସ୍ତାନ ଭିଏନା କନଭେନସନର ଉଲ୍ଲଙ୍ଘନ କରିଥିବା କୋର୍ଟ ନିଜ ରାୟରେ ଉଲ୍ଲେଖ କରିବା ସହ କୂଳଭୁଷଣଙ୍କୁ ପାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ ।

ସମ୍ବନ୍ଧିତ ଖବର