ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସମୟରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦିଆଯାଇଛି ବୋଲି ବିଜେପି ଦାବି କରିଛି। ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ରାହୁଲଙ୍କ ନେତୃତ୍ବରେ ମଧ୍ୟପ୍ରଦେଶର ଖରଗୋନ୍‌ରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ସମୟରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଇଛି। ମାଲବୀୟ ଏନେଇ ଏକ ଭିଡିଓ ଟ୍ବିଟ୍‌ କରିଛନ୍ତି।

Advertisment

ତେବେ କଂଗ୍ରେସ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏନେଇ ତୀବ୍ର ପ୍ରତିକ୍ରିୟା ରଖିଛି। କଂଗ୍ରେସର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରାକୁ ବଦନାମ କରିବାପାଇଁ ଏଭଳି ନକଲି ଭିଡିଓ ଭାଇରାଲ୍‌ ହେଉଛି। ଆମେ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ରମେଶ ଏକ ଟ୍ବିଟ୍‌ କରି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ଯୋଡ଼ୋ ଯାତ୍ରା ଏବେ ମଧ୍ୟପ୍ରଦେଶରେ ଚାଲିଥିବାବେଳେ ଆସନ୍ତା ଡିସେମ୍ବର ୪ ତାରିଖରେ ଏହା ରାଜସ୍ଥାନରେ ପ୍ରବେଶ କରିବ।