‘ପାକିସ୍ତାନ ଉଚିତ ଶିକ୍ଷା ପାଇସାରିଛି’ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ମୋଦୀଙ୍କ ନିକଟରେ ଅପିଲ, ଆସନ୍ତୁ ବସି କଥା ହେବା

ଲାହୋର: ପାକିସ୍ତାନ ବର୍ତ୍ତମାନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ଥିତି ଏଭଳି ହେଉଛି ଯେ ସେଠାକାର ଲୋକଙ୍କୁ ଖାଇବାକୁ ମିଳୁନାହିଁ | ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି ଯେଉଁଥିରେ ସେ ସ୍ୱର ବଦଳାଇଛନ୍ତି | ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନ ଉଚିତ ଶିକ୍ଷା ପାଇସାରିଛି ଏବଂ ବର୍ତ୍ତମାନ ଶାନ୍ତିରେ ବଞ୍ଚିବାକୁ ଚାହୁଁଛି। ଅଲ ଆରବିଆକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ।

ଶାହବାଜ ସରିଫ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି ଯେ ଆସନ୍ତୁ ଆମେ ଆଲୋଚନା କରିବା ଓ ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା। ଭାରତ ସହ ସମ୍ପର୍କକୁ ସୁଦୃଢ କରିବା ପାଇଁ ପାକିସ୍ତାନୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ପଡୋଶୀ । ଶାନ୍ତିରେ ବଞ୍ଚିବା ଆମର ଦାୟିତ୍ୱ | ଆମେ ପ୍ରଗତି କରିବା ପରସ୍ପର ସହିତ ଲଢେଇ କରି ସମ୍ବଳ ନଷ୍ଟ କରିବା ଆମ ପାଇଁ କ୍ଷତିକାରକ | ସେ ଆହୁରି ମଧ୍ୟ କହିଛନ୍ତି,“ ଆମେ ଭାରତ ସହିତ ତିନୋଟି ଯୁଦ୍ଧ କରିଛୁ ଏବଂ ପ୍ରତ୍ୟେକ ଥର ଏହା ଲୋକଙ୍କ ପାଇଁ ଅଧିକ ଦରିଦ୍ରତା ଏବଂ ବେକାରୀ ଆଣିଛି। ଆମେ ଏବେ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ। ଶାହାବାଜ ସରିଫ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଅପିଲ କରୁଛି ଯେ. ଆସନ୍ତୁ ବସି ଆଲୋଚନା କରିବା। ବୋମା ଏବଂ ବନ୍ଧୁକ ତିଆରି କରିବାରେ ସମ୍ବଳ ଖର୍ଚ୍ଚ କରିବାକୁ ପାକିସ୍ତାନ ଚାହୁଁନାହିଁ। ଯୁଦ୍ଧ କାହା ପାଇଁ ଭଲ ନୁହେଁ।

ସମ୍ବନ୍ଧିତ ଖବର