ଭାରତୀୟ ବାୟୁସେନାର ବିମାନ ନିଖୋଜ ହେବା ପରେ ଏଭଳି ଟୁଇଟ୍‌ କରି ମୋଦୀଙ୍କୁ ପରିହାସ କଲେ ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ୍‌

ନୂଆଦିଲ୍ଲୀ : ନିଜ ବୟାନବାଜି ପାଇଁ ସବୁବେଳେ ବିବାଦରେ ରହୁଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ୍‌ ଏବେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସେ ଯେଉଁ କଥା ଲେଖି ଟୁଇଟ୍‌ କରିଛନ୍ତି, ତାକୁ ନେଇ ଏବେ ବଡ଼ ବିବାଦ ଆରମ୍ଭ ହୋଇ ଯାଇଛି । ସୋମବାର ନିଖୋଜ ହୋଇ ଯାଇଥିବା ଭାରତୀୟ ବାୟୁସେନାର ବିମାନ ଏଏନ୍‌-୩୨କୁ ନେଇ ସେ ମୋଦୀଙ୍କୁ ପରିହାସ କରିଛନ୍ତି ।

ଟୁଇଟ୍‌ କରି, ଭାରତୀୟ ବାୟୁସେନାର ବିମାନ ଏଏନ୍‌-୩୨ ଦୁର୍ଘଟଣାର ଶିକାର ହୋଇ ନାହିଁ । ଆକାଶରେ ବାଦଲ ବହୁତ ରହିଛି । ଯାହା ପାଇଁ ରାଡାର ତାକୁ ଖୋଜି ପାରୁ ନାହିଁ ବୋଲି ଲେଖିଥିଲେ ବୀଣା । ପୂର୍ବରୁ ଏୟାର ଷ୍ଟ୍ରାଇକ୍‌କୁ ନେଇ ମୋଦୀଜୀ ଏକ ନିଉଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇଥିବା ବେଳେ ଆକାଶର ବାଦଲ ଏବଂ ରାଡାରକୁ ନେଇ ନିଜ ବୟାନ ରଖିଥିଲେ । ଆକାଶରେ ବାଦଲ ଥିବାରୁ ଏୟାର ଷ୍ଟ୍ରାଇକ୍‌କୁ ଘୁଞ୍ଚାଇବାକୁ ଏକ୍ସପର୍ଟମାନେ କହିଥିଲେ ମଧ୍ୟ ମୁଁ ମନା କରିଥିଲି । ବାଦଲ ପାଇଁ ପାକିସ୍ତାନର ରାଡାର ଆମ ବିମାନକୁ ଟ୍ରାକ୍‌ କରି ପାରିବ ନାହିଁ ବୋଲି ସାକ୍ଷାତକାରରେ କହିଥିଲେ ମୋଦୀ । ଯାହାକୁ ଆଧାର କରି ବୀଣା ଏଭଳି ପରିହାସ କଲା ଭଳି ଟୁଇଟ୍‌ କରିଛନ୍ତି । ଜୁନ୍‌ ୩ରେ ସେ ଏଭଳି ଟୁଇଟ୍‌ କରିଥିବା ବେଳେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର