ଜମ୍ମୁକାଶ୍ମୀରରୁ ଗିରଫ ହେଲା ପାକିସ୍ତାନୀ ଏଜେଣ୍ଟ, ଭିଡିଓ କରି ପଠାଉଥିଲା ସୁରକ୍ଷାକର୍ମୀଙ୍କ ତଥ୍ୟ

ଶ୍ରୀନଗର: ଜମ୍ମୁକାଶ୍ମୀର ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ ପାକିସ୍ତାନ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ଅଭିଯୋଗରେ ଏକ ଏଜେଣ୍ଟକୁ ଗିରଫ କରିଛି | ଜାମ୍ମୁ ସହହର ନରାବଲ ଅଂଚଳରୁ ଯୁବକକୁ ଗିରଫ କରାଯାଇଥିବାବେଳେ ତାଙ୍କର ନାମ ପଙ୍କଜ ଶର୍ମା ବୋଲି ଜଣାପଡିଛି | ପଙ୍କଜ ସୋସିଆଲ ମିଡ଼ିଆ ମାଧ୍ୟମରେ ସୁରକ୍ଷାକର୍ମୀଙ୍କ ବାବଦରେ ସୂଚନା ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ପଠାଉଥିଲା | ଏହା ବଦଳରେ ପଙ୍କଜକୁ ବିପୁଳ ଟଙ୍କା ମଧ୍ୟ ମିଳୁଥିଲା | ପୁଲିସ ପଙ୍କଜର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସିଲ କରିଛି |

(Photo Credits: IANS)

ମିଳିଥିବା ସୂଚନା ଅନୁସାରେ ପଙ୍କଜକୁ ପଚରାଉଚୁରା କରାଯିବା ପରେ ସେ ସ୍ୱୀକାର କରିଛି ଯେ କିଛି ବର୍ଷ ଧରି ପାକିସ୍ତାନୀ ଏଜେଣ୍ଟ ଭାବରେ ସେ କାମ କରୁଥିଲା | ଏଠାରେ ସେ ଗୁପ୍ତ ଭାବେ ରହି ଯବାନଙ୍କ ଗତିବିଧି ବାବଦରେ ସୂଚନା ଦେଉଥିଲା | କୁହାଯାଉଛି ପଙ୍କଜ ନରାବଲ ଅଂଚଳରେ ଥିବା ଏକ ପରିବା ମଣ୍ଡିରେ କାର୍ଯ୍ୟ କରୁଥିଲା |

କିନ୍ତୁ ଯବାନଙ୍କ ଗତିବିଧି ଉପରେ ନଜର ରଖୁଥିଲା | ଏହା ପରେ ହ୍ଵାଟ୍ସଆପ ମାଧ୍ୟମରେ ସେ ସବୁର ଫଟୋ ଉଠାଇ ଓ ଭିଡିଓ ଉତ୍ତୋଳନ କରି ପାକିସ୍ତାନ ଗୁଇନ୍ଦା ଏଜେନ୍ସିମାନଙ୍କୁ ପଠାଉଥିଲା | ଏହି ଫଟୋ ଓ ଭିଡିଓ ପାଇବା ପରେ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ପଙ୍କଜର ବ୍ୟାଙ୍କ ଆକାଉଣ୍ଟକୁ ପର୍ଯ୍ୟାପ୍ତ ଟଙ୍କା ପଠାଉଥିଲେ |

ସମ୍ବନ୍ଧିତ ଖବର