ନୂଆଦିଲ୍ଲୀ : କିଛିଦିନ ତଳେ ଦିଲ୍ଲୀରେ ଅନୁଷ୍ଠିତ ଏକ ର୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପାକିସ୍ତାନ ଓ ଅନ୍ୟ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଦୃଷ୍ଟିରୁ ଭାରତରେ ନାଗରିକତା ଆଇନ ଅଣାଯାଇଛି ।
ବିଶେଷକରି ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ସଂପ୍ରଦାୟଙ୍କ ଉପରେ ଅତ୍ୟାଚାର ହେବା ଏକ ସାଧାରଣ କଥା । ପ୍ରାୟ ପ୍ରତିଦିନ ଏପରି ଖବର ଆସୁଛି । କେବଳ ସାଧାରଣ ଲୋକେ ନୁହଁନ୍ତି ସେଠାକାର ସରକାର ଓ ସେନା ମଧ୍ୟ ସଂଖ୍ୟାଲଘୁଙ୍କ ପ୍ରତି ଅବିଚାର କରିଚାଲିଛି । ଏହାର ଆଉ ଏକ ପ୍ରମାଣ ମିଳିଛି । ପାକିସ୍ତାନୀ ସେନାର ସୀମା ସୁରକ୍ଷା ବାହିନୀ ରେଞ୍ଜର୍ସ ପାଇଁ ପ୍ରକାଶିତ ଏକ ବିଜ୍ଞାପନରେ ସଫାଇକର୍ମଚାରୀ, ମେହେନ୍ତର ଆଦି ୪ର୍ଥ ଶ୍ରେଣୀ ପଦବୀ ପାଇଁ କେବଳ ଅଣ-ମୁସଲିମମାନଙ୍କୁ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଛି ।
/sambad/media/post_attachments/wp-content/uploads/2020/01/pak-300x253.jpg)
ଗତ ୨୮ ତାରିଖରେ ଏନସିସିର ଏକ ସମାରୋହରେ ମୋଦୀ କହିଥିଲେ ଯେ କେତେକ ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ନାଗରିକତା (ସଂଶୋଧନ) ଆଇନ ପ୍ରଣୟନ କରାଯାଇଛି । ପଡ଼ୋଶୀ ଦେଶର ଅତ୍ୟାଚାରିତ ସଂଖ୍ୟାଲଘୁମାନଙ୍କୁ ଆଶ୍ରୟ ଦେବା ପାଇଁ ବିଜେପି ନିଜର ପ୍ରତିଶ୍ରୁତି ପୂରଣ କରିଛି ବୋଲି ସେ କହିଥିଲେ ।