ପାକିସ୍ତାନର ପାଖାପାଖି ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କରୁ ଡାଟା ଚୋରି କରି ଜମାକାରୀଙ୍କ ଖାତା ଖାଲି କଲେ ହ୍ୟାକର୍ସ

ଇସଲାମାବାଦ: ପାକିସ୍ତାନର ପାଖାପାଖି ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କରୁ ଡାଟା ଚୋରି କରିବା ପରେ ଜମାକାରୀଙ୍କ ଖାତାରୁ ହ୍ୟାକର୍ସ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏବେ ପାକିସ୍ତାନ ବଜାରରେ ୮ହଜାର ଖାତାଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ହ୍ୟାକର୍ସ ବିକ୍ରି କରିଛନ୍ତି । ଏହାସହ ପାଖାପାଖି ୧୮ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଚୋରି କରି ନେଇଛନ୍ତି ହ୍ୟାକର୍ସ। ଯାହାକି ପାକିସ୍ତାନ ସରକାରଙ୍କର ମୁଣ୍ଡ ବଥାର କାରଣ ପାଲଟିଛି।

ଏହି ଘଟଣା ପରେ ପାକିସ୍ତାନର ଏକ ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ(ଏସବିପି) ଦେଶର ସମସ୍ତ ବ୍ୟାଙ୍କମାନଙ୍କୁ ଆନ୍ତର୍ଜାତୀୟ ପେମେଣ୍ଟ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରିଛନ୍ତି । ଏନେଇ ଫେଡରାଲ ଇନଭେଷ୍ଟିଗେସନ୍‌ ଏଜେନ୍‌ସି(ଏଫଆଇଏ)ର ସାଇବର ଅପରାଧ ସେଲ ତଦନ୍ତ ଆରମ୍ଭ କରି ଦିଆଯାଇଛି।

ଫେଡରାଲ ଇନଭେଷ୍ଟିଗେସନ୍‌ ଏଜେନ୍‌ସି(ଏଫଆଇଏ)ର ସାଇବର ଅପରାଧ ସେଲର ମହାନିର୍ଦ୍ଦେଶକ ମହମ୍ମଦ ସୋଏବଙ୍କ ସୂଚନା ଅନୁସାରେ, ଦେଶର ସମସ୍ତ ବ୍ୟାଙ୍କର ଯାଞ୍ଚ ପାଇଁ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ସୁରକ୍ଷା ପରିଷଦ ସହ ଏଫଆଇଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନା କରାଯାଇଛି।

 

ସମ୍ବନ୍ଧିତ ଖବର