ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନକଲ କରି ଚର୍ଚ୍ଚାରେ ପାକିସ୍ତାନୀ-ବ୍ରିଟିଶ ବକ୍ସର ଅମୀର ଖାନ୍‌

ଇସ୍‌ଲାମାବାଦ୍‌ : ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପାକିସ୍ତାନୀ-ବ୍ରିଟିଶ ବକ୍ସର ଅମୀର ଖାନ୍‌ ଭାରତର ବୀର ପାଇଲଟ୍‌ ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନକଲ କରୁଥିବା ଦେଖାଯାଇଛି । ଉଇଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର କବ୍‌ଜାକୁ ଯିବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲେ । ଯେଉଁଥିରେ ସେ ଚା’ ପିଉଥିବାର ନଜର ଆସିବା ସହ ଚା’ର ପ୍ରଶଂସା ମଧ୍ୟ କରିଥିଲେ। ଏବେ ପାକିସ୍ତାନୀ-ବ୍ରିଟିଶ ବକ୍ସର ଅମୀର ଖାନ୍‌ ସେହି ଭିଡିଓକୁ ନକଲ କରିଛନ୍ତି । ଯାହାକୁ  ନିଜର ବ୍ୟକ୍ତିଗତ ଟୁଇଟ୍‌ର ଆକାଉଣ୍ଟରେ ସେୟାର କରିଛନ୍ତି ମେଜର ଜେନେରାଲ ଏବଂ ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ୍‌ ପାକିସ୍ତାନର ମହାନିର୍ଦ୍ଦେଶକ ଅସିଫ ଗଫୁର ।

ଭାଇରାଲ ହୋଇଥିବା ଭିଡିଓରେ ପାକିସ୍ତାନୀ-ବ୍ରିଟିଶ ବକ୍ସର ଅମୀର ଖାନ୍‌ଙ୍କୁ ଫାଣ୍ଟାଷ୍ଟିକ୍‌ ଟି’, କଶ୍ମୀର ଟି’ କହୁଥିବାର ଦେଖାଯାଇଛି । ସୂଚନା ମୁତାବକ, ଫେବୃଆରୀ ୨୭ରେ ପାକିସ୍ତାନର ଏଫ୍‌-୧୬ବିମାନ ସହ ଯୁଦ୍ଧ କରି ଭୁଲବଶତଃ ପାକ୍‌ ସୀମାକୁ ଚାଲି ଯାଇଥିଲେ ଉଇଙ୍ଗ କମାଣ୍ଡର ଅଭିନନ୍ଦନ । ଯାହା ପରେ ତାଙ୍କୁ ପାକ୍‌ ସେନା କବ୍‌ଜାକୁ ନେବା ପରେ ୬୦ଘଣ୍ଟା ପରେ ତାଙ୍କୁ ଭାରତ ଅଣାଯାଇଥିଲା ।

ସମ୍ବନ୍ଧିତ ଖବର