ପଠାନକୋଟ : ଶନିବାର-ରବିବାର ମଧ୍ୟରାତ୍ରରେ ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ସୀମାନ୍ତ ଅଞ୍ଚଳରେ ପ୍ରବେଶ କରିଥିଲା। ପଠାନକୋଟର ବାମିୟାଲ ଅଞ୍ଚଳର ଦିଣ୍ଡା ପୋଷ୍ଟ ନିକଟରେ ବିଏସ୍ଏଫ୍ ଯବାନମାନେ ଏହାକୁ ଦେଖିବା ମାତ୍ରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଯବାନମାନେ ୪୬ ରାଉଣ୍ଡ ଗୁଳି ଚାଳନା କରି ଡ୍ରୋନ୍କୁ ଘଉଡ଼ାଇ ଦେଇଥିଲେ। ଉକ୍ତ ଡ୍ରୋନ୍ଟି ଭାରତୀୟ ଅଞ୍ଚଳରେ କାଳେ କିଛି ପକାଇଥିବ ତାହା ଜାଣିବା ପାଇଁ ପୁଲିସ ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ତଲାସି ଜାରି ରଖିଛି। ଗତମାସରେ ଜମ୍ମୁର ଅରନିଆ ଅଞ୍ଚଳରେ ଅନୁରୂପ ଘଟଣା ଘଟିଥିଲା। ଯବାନଙ୍କ ଗୁଳି ମାଡ଼ରେ ବାଧ୍ୟହୋଇ ତାହା ପାକିସ୍ତାନ ଭିତରକୁ ଖସି ପଳାଇଥିଲା।
ପଠାନକୋଟରେ ପାକିସ୍ତାନୀ ଡ୍ରୋନ୍, ବିଏସ୍ଏଫ୍ ଗୁଳି ଚଳାଇବାରୁ ପଳାଇଲା
/sambad/media/post_attachments/wp-content/uploads/2022/01/Army-Border.jpg)