ଶ୍ରୀନଗର: ସୀମାରେ ପୁଣି ଦେଖାଗଲା ଡ୍ରୋନ୍ । ସାମ୍ବାରେ ପାକିସ୍ତାନ ପଟୁ ଡ୍ରୋନ୍ ଉଡ଼ିଥିବା ସୂଚନା । ଡ୍ରୋନ ଉଡିବା ନେଇ ଏଏନଆଇରେ ସୂଚନା । ତେବେ ସବୁ ଡ୍ରୋନକୁ ନଷ୍ଟ କଲା ଭାରତୀୟ ଏୟାର ଡିଫେନ୍ସ । ପ୍ରଥମ ପର୍ଯ୍ଯାୟ ଡ୍ରୋନ ପରେ ଆଉ ଆସିନଥିବା ସୂଚନା ।
#WATCH | J&K: Red streaks seen and explosions heard as India's air defence intercepts Pakistani drones amid blackout in Samba.
— ANI (@ANI) May 12, 2025
(Visuals deferred by unspecified time) pic.twitter.com/EyiBfKg6hs
ତେବେ କିଛି ସମୟ ତଳେ ସାମ୍ବାରେ ବିସ୍ଫୋରଣର ଶବ୍ଦ ଶୁଭିଥିବାର ଖବର ଆସିଥିଲା । ଡ୍ରୋନ ଦେଖାଯିବା ପରେ ସାମ୍ବାକୁ ବ୍ଲାକ ଆଉଟ୍ କରାଗଲା । କ୍ଷଗ୍ଦଚ୍ଚଗ୍ଦ ସାମ୍ବା ସେକ୍ଟରରେ ବହୁତ କମ୍ ସଂଖ୍ୟକ ଡ୍ରୋନ୍ ଆସିଛି ଏବଂ ପରେ ଆଉ ଆସିନି । ତେଣୁ ଭୟଭୀତ ହେବାର କିଛି ନାହିଁ ବୋଲି ସେନା ସୂତ୍ରରୁ କୁହାଯାଇଛି ।
ସେପଟେ ଆଜି ସଂଧ୍ୟା ୫ଟାରେ ୫ଟାରେ ଭାରତ-ପାକିସ୍ତାନ ଭିତରେ ଡିଜିଏମଓ ସ୍ତରୀୟ ବୈଠକ ହୋଇଥିଲା । ଏଥିରେ ସୀମାରେ ଗୋଟିଏ ବି ଗୁଳି ଫୁଟିବନି କି ଗୋଟିଏ ବି ଗୁଳିର ଶବ୍ଦ ବି ଶୁଭାଯିବନି ବୋଲି ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି । ଆକ୍ରମଣାତ୍ମକ କିମ୍ବା ଶତ୍ରୁତାପୂର୍ଣ୍ଣ ଆକ୍ସନ ନନେବା ସହ ସୀମାରୁ ଦୁଇ ଦେଶ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ବୈଠକରେ ସହମତି ହୋଇଛି । ତେବେ ଅସ୍ତ୍ରବିରତି ପରେ ସାମ୍ବାରେ ଡ୍ରୋନ ଦେଖା ଦେବା ପାକିସ୍ତାନର ଦୋମୁହାଁ ନୀତିକୁ ଦର୍ଶାଉଛି ।
Comparatively, a very small number of drones have come in the Samba sector. They are being engaged and there is nothing to be alarmed: Army Sources pic.twitter.com/MIEW2b8bNy
— ANI (@ANI) May 12, 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/12/HtQL0C7s6Akv869xrFI0.jpg)