ଦୁର୍ଘଟଣାଗ୍ରସ୍ତ ହେଲା ପାକିସ୍ତାନର ଏଫ୍-୧୬ ବିମାନ, ଉଇଙ୍ଗ କମାଣ୍ଡରଙ୍କ ମୃତ୍ୟୁ

ଇସଲାମାବାଦ୍: ପାକିସ୍ତାନ ବାୟୁସେନାର ଏକ ଏଫ୍-୧୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ମାର୍ଚ୍ଚ ୨୩ରେ ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଥିବା ବେଳେ ଏ ନେଇ ଅଭ୍ୟ‌ାସ କରାଯାଉଥିଲା। କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସସ୍ତ ହୋଇଥିଲା। ଏହି ଦୁର୍ଘଟଣାରରେ ଉଇଙ୍ଗ କମାଣ୍ଡର ନୁମାନ ଅକ୍ରମଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଦୁର୍ଘଟଣା ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେବା ସହ ଆକାଶ ଧୂଆଁମୟ ହୋଇଯାଉଥିବା ଦେଖାଯାଇଛି।

The Pigeon Express

ତେବେ ପାକିସ୍ତାନ ବାୟୁସେନାର ଏଫ୍-୧୬ବିମାନ ଦୁର୍ଘଟଣା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। କିଭଳି ପରିସ୍ଥିତି‌ରେ ଏବଂ କ’ଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର କାରଣ ଏବେ ଖୋଜିବ‌ା ଆରମ୍ଭ କରିଛି  ପାକ୍ ବାୟୁସେନା। ଘଟଣାର ଯାଞ୍ଚ କରିବା ପାଇଁ ଏକ ତଦନ୍ତକାରୀ ଟିମ୍ ତିଆରି କରାଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଆମେରିକାରେ ନିର୍ମାଣ ହୋଇଥିଲା ବୋଲି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର