ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖା (ଏଲ୍ଓସି) ଅତିକ୍ରମ କରି ଭାରତୀୟ ବାୟୁସେନାର ୧୨ଟି ଲଢ଼ୁଆ ମିରେଜ୍ ୨୦୦୦ ବିମାନ ପାକ୍ ଅଧିକୃତ କଶ୍ମୀର ମଧ୍ୟକୁ ଆଜି ପ୍ରତ୍ୟୁଷରେ ପ୍ରବେଶ କରି ଏକାଧିକ ଆତଙ୍କବାଦୀ ଆଡ୍ଡା ସମେତ ଲଞ୍ଚପ୍ୟାଡ୍ ଓ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦର କଣ୍ଟ୍ରୋଲରୁମ୍କୁ ମାଟିରେ ମିଶାଇ ଦେଇଛନ୍ତି। ତେବେ, ଭାରତୀୟ ବାୟୁସେନାର ୧୨ଟି ଲଢ଼ୁଆ ମିରେଜ୍ ୨୦୦୦ ବିମାନ ଯେତେବେଳେ ଏଲ୍ଓସି ଅତିକ୍ରମ କରି ପାକିସ୍ତାନର ଆକାଶ ସୀମା ମଧ୍ୟକୁ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଢାକୁ ଧ୍ୱଂସ କରୁଥିଲା ସେତେବେଳେ ଭାରତୀୟ ବାୟୁସେନା ପକ୍ଷରୁ ଆକାଶମାର୍ଗରୁ କରା ଯାଉଥିବା ଭାରତର ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍କୁ ପ୍ରତିହତ କରିବା ସହ ଭାରତୀୟ ବାୟୁସେନାର ଲଢ଼ୁଆ ମିରେଜ୍ ୨୦୦୦ ଉପରେ ହାମ୍ଲା କରିବା ପାଇଁ ପାକ୍ ବାୟୁସେନା ବାହାରି ଥିଲା।
/sambad/media/post_attachments/wp-content/uploads/2019/02/f-16-jets-300x203.jpg)
ପାକ୍ ବାୟୁସେନାର ଏକାଧିକ ଏଫ୍୧୬ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ଲଢ଼ୁଆ ମିରେଜ୍ ୨୦୦୦ ଉପରେ ହାମ୍ଲା କରିବା ପାଇଁ ଆକାଶ ମାର୍ଗକୁ ଉଠିଥିଲେ। ହେଲେ ଆକାଶ ମାର୍ଗରେ ଲଢ଼ୁଆ ମିରେଜ୍ ୨୦୦୦ର ସମରସଜ୍ଜା ଓ ଆକ୍ରମଣାତ୍ମ ରୂପ ଦେଖିବା ପରେ ଭୟଭୀତ ହୋଇ ପାଲଟା ଆକ୍ରମଣ କରିବା ପରିବର୍ତ୍ତେ ଫେରି ଆସିଥିବା ଏବେ ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/mirage-2000.jpg)