ରାସ୍ତାରେ ପାକିସ୍ତାନ ପତକା ଆଙ୍କି ଜୋତାରେ ଦଳିଲେ ସ୍ଥାନୀୟ ଲୋକେ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀରେ ଲୋକମାନେ ପୁଲୱାମା ଆକ୍ରମଣରେ ୪୦ଜଣ ଯବାନ ସହିଦ ହେବାକୁ ନେଇ ବିରୋଧ କରିଛନ୍ତି। ପାକିସ୍ତାନ ବିରୋଧରେ ସ୍ଥାନୀୟଲୋକେ ଭୋପାଳ ରାସ୍ତାରେ ପାକିସ୍ତାନ ପତକା ବନାଇ ତା’ ଉପରେ ଚାଲିଛନ୍ତି।

 

ସୂଚନାଯୋଗ୍ୟ, ପାକିସ୍ତାନର ବିରୋଧରେ ଭୋପାଳର ସ୍ଥାନୀୟ ବାସିନ୍ଦାମାନେ ରାସ୍ତା ଉପରେ ପାକିସ୍ତାନ ପତକା ଆଙ୍କି ‘ପାକିସ୍ତାନ ମୁର୍ଦାବାଦ’ ଲେଖିଛନ୍ତି। ଏବଂ ସେହି ରାସ୍ତା ଉପରେ ଦିନସାରା ଯାତାୟତ ଜାରି ରଖି ପାକ୍‌ ବିରୋଧରେ ପ୍ରଦର୍ଶନ କରିଥିଲେ । କିନ୍ତୁ ଏହି ଘଟଣାର ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ପାଣି ଢାଳି ପତକାକୁ ଲିଭେଇ ଦେଇଥିଲା । ଭୋପାଳ ବ୍ୟତୀତ ଏଭଳି ଘଟଣା ୟୁପିର ମୁଜାଫରନଗର ରାସ୍ତାରେ ୬୦୦ ବର୍ଗଫୁଟର ପାକିସ୍ତାନର ପତକା ତିଆରି କରା ଯାଇଥିଲା। ସ୍ଥାନୀୟ ଲୋକମାନେ ଏହି ପତକାକୁ ଜୋତାରେ ଦଳିବା ସହିତ ପାକିସ୍ତାନ ବିରୋଧରେ ଜୋରସୋର୍‌ ନାରାବାଜି କରିଥିଲେ ।

ସମ୍ବନ୍ଧିତ ଖବର