ନୂଆଦିଲ୍ଲୀ: ଜଣେ ପାକିସ୍ତାନୀ ଯୁବତୀ ନିଜ ପିତାଙ୍କୁ ବିବାହ କରିବା ଖବର ଏବେ ହଇଚଇ ସୃଷ୍ଟି କରିଛି। ଗତ କିଛି ଦିନ ହେବ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ଛୋଟ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଯୁବତୀ ତାଙ୍କ ବିବାହ ପଛର କାରଣ ବର୍ଣ୍ଣନା କରୁଛନ୍ତି। ତେବେ ଏଭଳି ଜଣେ ଝିଅ ନିଜ ବାପାଙ୍କୁ ବିବାହ କରି ତାଙ୍କର ଚତୁର୍ଥ ପତ୍ନୀ ହେବା ଖବରକୁ କେହି ବିଶ୍ବାସ କରିପାରୁନଥିବା ବେଳେ ଭାଇରାଲ ଭିଡିଓ ପଛର ସତ ସାମ୍ନାକୁ ଆସିଛି।
ଭିଡିଓରେ ଜଣେ ସାମ୍ବାଦିକା ଯୁବତୀଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ଅରବୀ ଭାଷାରେ ରାବିୟାର ଅର୍ଥ ହେଉଛି 'ଚାରି'। ସେଥିପାଇଁ ଆପଣ ଚତୁର୍ଥ ପତ୍ନୀ ହୋଇଛନ୍ତି କି? ଏହାର ଜବାବରେ ରାବିୟା କହୁଛନ୍ତି ଯେ, ମୁଁ ଶୁଣିଥିଲି ରାବିୟା ନାମକ ଝିଅମାନେ ନିଜ ପିତାମାତାଙ୍କ ଚତୁର୍ଥ ସନ୍ତାନ ହୋଇଥାନ୍ତି। ହେଲେ ମୁଁ ମୋ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ। ଚତୁର୍ଥ ସନ୍ତାନ ଯେହେତୁ ନହୋଇପାରିଲି ସେଥିପାଇଁ ବିବାହ କରି ଚତୁର୍ଥ ପତ୍ନୀ ହୋଇଗଲି। ସେ ଏଭଳି ଉତ୍ତର ଦେଇଥିବା ବେଳେ କିଛି ଲୋକେ ଏହାର ଭୁଲ ଅର୍ଥ ବାହାର କରିଛନ୍ତି। ସେ ନିଜ ପିତାମାତାଙ୍କ ଦ୍ୱିତୀୟ ସନ୍ତାନ ଏବଂ ସ୍ୱାମୀଙ୍କ ଚତୁର୍ଥ ପତ୍ନୀ ହେବା ବିଷୟରେ ଭିଡିଓରେ କହୁଥିବା ବେଳେ କିଛି ଲୋକ ଭୁଲ ବୁଝି ସେ ନିଜ ବାପାଙ୍କ ଚତୁର୍ଥ ପତ୍ନୀ ବୋଲି ଭାବି ବସିଛନ୍ତି।
हे भगवान ये मैं क्या सुन रही हूँ 😱😱😱 pic.twitter.com/h0dePJdM1N
— Kajal HINDUsthani (@kajal_jaihind) July 8, 2023