ପାକିସ୍ତାନୀ ହିନ୍ଦୁ ମେଡିକାଲ ଛାତ୍ରୀ ନିମ୍ରିତା କୁମାରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି: ସ୍ପଷ୍ଟ କଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଇସଲାମାବାଦ: ପାକିସ୍ତାନୀ ହିନ୍ଦୁ ମେଡିକାଲ ଛାତ୍ରୀ ନିମ୍ରିତା କୁମାରୀଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରା ଯାଇଥିଲା ବୋଲି ଏବେ ତାଙ୍କ ଶବ ବ୍ୟବ‌େଚ୍ଛଦ ରିପୋର୍ଟରୁ ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ମେଡିକାଲ ଛାତ୍ରୀ ନିମ୍ରିତାଙ୍କ ମୃତଦେହ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ହଷ୍ଟେଲ ରୁମ୍‌ରୁ ମିଳିଥିଲା। ପାକିସ୍ତାନର ଲାରକାନାରେ ଥିବା ଶହୀଦ୍‌ ମୋହତର୍ମା ବେନଜିର ଭୁଟ୍ଟୋ ମେଡିକାଲ ୟୁନିଭର୍ସିଟିର ଛାତ୍ରୀ ଥିବା ପାକିସ୍ତାନୀ ହିନ୍ଦୁ ଯୁବତୀ ନିମ୍ରିତାଙ୍କର ମୃତହେଦ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ହ‌େଷ୍ଟଲ ରୁମ୍‌ର ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ସେପ୍ଟେଢ଼୍ବର ୧୬ ତାରିଖରେ ଉଦ୍ଧାର କରା ଯାଇଥିଲା। ତେବେ, ସେତେବେଳେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ନିମ୍ରିତାଙ୍କ ପରିବାର ବର୍ଗ ଅଭିଯୋଗ କରିଥିଲେ ମଧ୍ୟ ପାକିସ୍ତାନୀ ପୁଲିସ୍‌ ଏହି ଘଟଣାର ତଦନ୍ତରେ ଆନ୍ତରିକତା ପ୍ରକାଶ କରି ନଥିଲା।

Dawn

ତେବେ, ନିମ୍ରିତାଙ୍କ ଅପପମୃତ୍ୟୁର ତଦନ୍ତ ପାଇଁ ପ୍ରବଳ ବିକ୍ଷୋଭ ହେବାପରେ ପାକିସ୍ତାନୀ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ପରିସ୍ଥିତିରେ ମୃତା ଛାତ୍ରୀ ନିମ୍ରିତାଙ୍କର ଚନ୍ଦକା ମେଡିକାଲ କଲେଜ ହସ୍ପିଟାଲରେ କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଗତ ବୁଧବାର ଦିନ ପ୍ରକାଶ ପାଇଛି। ନିମ୍ରିତାଙ୍କ ଶରୀରରେ ଅନେକ କ୍ଷତଚିହ୍ନ ରହିଥିବା ସହ ତାଙ୍କ ଗଳାକୁ ଚପାଯାଇ ତାଙ୍କୁ ଶ୍ବାସରୁଦ୍ଧ କରାଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ତାଙ୍କ ଗୁପ୍ତାଙ୍ଗରେ କ୍ଷତ ରହିଥିବା ସହ ମୃତ୍ୟୁ ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ନମ୍ରିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପୁଲିସ୍‌ ଏବେ ଏହାକୁ ଆଧାର କରି ଆଉଥରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର