ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ୧୮ବର୍ଷର ହିନ୍ଦୁ ଯୁବତୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ମୃତ ଯୁବତୀଙ୍କ ନାମ ପୂଜା ଓଡ ବ‌ୋଲି ଜଣାପଡ଼ିଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି। କାରଣ ସେ ଆକ୍ରମଣକାରୀଙ୍କ ଆକ୍ରମଣକୁ ବିରୋଧ କରିଥିଲେ।

ମାନବାଧିକାର କର୍ମୀମାନେ କହିଛନ୍ତି ଯେ ପ୍ରତିବର୍ଷ ଶହ ଶହ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ନିୟମିତ ଭାବେ ଅପହରଣ କରି ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି।

ଏଠାରେ ଥିବା ସାମାଜିକ ସଂଗଠନଗୁଡିକ କହିଛନ୍ତି ଯେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ବାଧ୍ୟତାମୂଳକ ବିବାହ ଏବଂ ଧର୍ମ ପରିବର୍ତ୍ତନ ପରି ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି।

ଅନେକ ସଂଗଠନ ପାକିସ୍ତାନ ସରକାରଙ୍କ ବିରୋଧରେ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ବୃଦ୍ଧି ପାଉଥିବା ଅପରାଧକୁ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି। ସିନ୍ଧର ପ୍ରାଦେଶିକ ସରକାର ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଏବଂ ବିବାହକୁ ବାରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଧାର୍ମିକ ବିରୋଧକାରୀମାନେ ବିଲକୁ ବିରୋଧ କରି କହିଛନ୍ତି ଯେ ମୁସଲମାନ ପୁରୁଷଙ୍କ ପ୍ରେମରେ ପଡ଼ିବା ପରେ ଯୁବତୀମାନେ ଧର୍ମ ପରିବର୍ତ୍ତନ କରିଥାଆନ୍ତି।

 

ସମ୍ବନ୍ଧିତ ଖବର