ନାତୁଣୀ ନାମ ‘ନାଗରିକତା’ ରଖିଲେ ଏହି ପାକିସ୍ତାନ ହିନ୍ଦୁ ମହିଳା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ପ୍ରତିବାଦ କରି ଦେଶର ବିଭିନ୍ନ ସ୍ଥାନରେ ଲଗାତାର ବିରୋଧ ପ୍ରଦର୍ଶନ ଜାରି ରହିଛି | ଏହାରି ମଧ୍ୟରେ ପାକିସ୍ତାନର ଜଣେ ହିନ୍ଦୁ ମହିଳା ବିକ୍ଷୋଭକାରୀଙ୍କୁ ହିଂସା ପ୍ରଦର୍ଶନ ନ କରିବାକୁ ଅପିଲ କରିଛନ୍ତି | ମହିଳା ଜଣକ କହିଛନ୍ତି ଯେ ବିକ୍ଷୋଭକାରୀ ପାକିସ୍ତାନରେ ଥିବା ହିନ୍ଦୁଙ୍କ ଯନ୍ତ୍ରଣାକୁ ବୁଝିବା ଆବଶ୍ୟକ ଓ ନାଗରିକତା ସଂଶୋଧନ ଆଇନକୁ ବିରୋଧ ନ କରିବା ଉଚିତ | ଏଠାରେ ସୂଚନା ଥାଉ କି ସଂସଦରେ ସଂଶୋଧିତ ନାଗରିକତା ବିଧେୟକ ପାରିତ ହେବାର ଏକ ମାସ ପରେ ଏହି ମହିଳାଙ୍କର ବୋହୂ ନାତୁଣୀଟିଏ ଜନ୍ମ କରିଥିଲେ |

LatestLY

ନାଗରିକତା ଆଇନକୁ ନେଇ ଖୁସିରେ ଆତ୍ମହରା ହୋଇଥିବା ଏହି ମହିଳା ତାଙ୍କ ନାତୁଣୀଙ୍କର ନାମ ନାଗରିକତା ରଖିଛନ୍ତି | ଏହି ମହିଳାଙ୍କର ନାମ ମୀରା ଦାସ ହୋଇଥିବା ବେଳେ ସେ କହିଛନ୍ତି ଯେ ନିଜର ଘର, ଜମି ସବୁ ପାକିସ୍ତାନରେ ଛାଡି ଭାରତ ଚାଲିଆସିଛନ୍ତି | ଏବେ ଭାରତ ହିଁ ତାଙ୍କର ଘର | ଯଦି ଆପଣ(ବିକ୍ଷୋଭକାରୀ) ଆମକୁ ସମର୍ଥନ ନ କରିବେ ତେବେ ଆମେ କୁଆଡେ ଯିବୁ |

ଦୟାକରି ଆମର ଯନ୍ତ୍ରଣାକୁ ଅନୁଭବ କରନ୍ତୁ ଓ ଆମ କ୍ଷତରେ ମଲମ ସଦୃଶ ଏହି ଆଇନକୁ ବିରୋଧ କରନ୍ତୁ ନାହିଁ | ସେହିପରି ୨୦୧୧ ମସିହାରେ ପାକିସ୍ତାନର ହାଇଦ୍ରାବାଦରୁ ଦିଲ୍ଲୀ ଚାଲିଆସିଥିବା ସୋନା ଦାସ କହିଛନ୍ତି ଯେ ଆମେ ପାକିସ୍ତାନରେ ଯେଉଁ ଅସୁବିଧା ଭୋଗ କରିଛୁ ଯଦି ଆପଣ(ବିକ୍ଷୋଭକାରୀ) କେବେ ସେହି ପରିସ୍ଥିତିରେ ବଞ୍ଚିଥାନ୍ତେ ତେବେ କେବେ ବି ବିକ୍ଷୋଭ କରନ୍ତେ ନାହିଁ | ଇହି ଆଇନ ଆମ ପାଇଁ ଆଶାର ନୂଆ କିରଣ ସଦୃଶ ବୋଲି ସୋନା କହିଛନ୍ତି |

ସମ୍ବନ୍ଧିତ ଖବର