ନୂଆଦିଲ୍ଳୀ: ପଞ୍ଜାବରେ ଥିବା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ମଙ୍ଗଳବାର ଦିନ ଅନୁପ୍ରବେଶ କରିଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁରୁଦାସପୁରଠାରେ ଗୁଳି କରି ଟଳାଇ ଦେଇଛି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)।

Advertisment

ଆଜି ସକାଳ ପ୍ରାୟ ୮ଟା ସମୟରେ ସୀମାରେ ଅନୁପ୍ରବେଶକାରୀକୁ ଦେଖିବାକୁ ପାଇଥିଲା ବିଏସ୍‌ଏଫ୍‌। ଅନୁପ୍ରବଶେକାରୀର ଗତିବିଧି ଉପରେ ବିଏସ୍‌ଏଫ୍‌କୁ ସନ୍ଦେହ ଆସିଥିଲା। ସଂଦିଗ୍ଧ ଅନୁପ୍ରବେଶକାରୀକୁ ବିଏସ୍‌ଏଫ୍ ସୈନିକ ଚ୍ୟାଲେଞ୍ଜ୍‌ କରି ଗୁଳି ଚାଳନା କରି ତାକୁ ଟଳାଇ ଦେଇଥିବା ସୂଚନା ରହିଛି।

ଏବେ ବି ସଂପୃକ୍ତ ଅଞ୍ଚଳରେ ସର୍ଚ ଅପରେସନ ଜାରି ରହିଛି।