ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗ ହେବାପରେ ହରିୟାଣାର ହିସାରର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପୁଲିସ ଗିରଫ କରିଥିଲା। ଜ୍ୟୋତି ଗିରଫ ହେବାପରେ ପାକିସ୍ତାନର ଜଣେ ସାମ୍ବାଦିକା ତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି।
ପାକିସ୍ତାନୀ ସାମ୍ବାଦିକ ହୀରା ବତୁଲ ଜ୍ୟୋତିଙ୍କ ଗିରଫଦାରୀର ପ୍ରତିବାଦ କରି ଜ୍ୟୋତିଙ୍କ ନାମ ନ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି,'ଭାରତ ଏବେ ନିଜ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛି। ମୋ ମତରେ ଭାରତ ଏହି ଅନାବଶ୍ୟକ କାର୍ଯ୍ୟ ବନ୍ଦ କରିବା ଉଚିତ।
ଜ୍ୟୋତି ମାଲହୋତ୍ରା ୨୦୨୩ ମସିହାରେ ପାକିସ୍ତାନ ଗସ୍ତ ସମୟରେ ହୀରା ବତୁଲଙ୍କୁ ଭେଟିଥିଲେ। ଦୁହେଁ ପରସ୍ପରକୁ 'ଭଉଣୀ' କହି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ। ହୀରା ଜ୍ୟୋତିଙ୍କ କିଛି ବ୍ଲଗରେ ନଜର ଆସିଥିଲେ। ବ୍ଲଗରେ ଦୁହିଁଙ୍କୁ ଅଟାରୀ-ୱାଘା ସୀମା ଏବଂ ଲାହୋରର ଅନାରକଲି ବଜାର ଭଳି ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା।
Follow Us