ପାକିସ୍ତାନକୁ ଟମାଟୋ ବନ୍ଦ ପରେ ପାକ୍‌ ସାମ୍ବାଦିକଙ୍କ ଆକ୍ରୋଶ ଭରା ଭିଡିଓ ଭାଇରାଲ୍‌: ମୋଦି-ରାହୁଲଙ୍କ ମୁହଁକୁ ଟମାଟୋ ମାରିବୁ, ପାକିସ୍ତାନ ପରମାଣୁ ବୋମା ଭାରତ ପାଇଁ ବନାଇଛି

ଇସ୍‌ଲାମବାଦ୍‌: ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପ୍ରତିଶୋଧ ନିଆଁରେ ଜଳୁଛି ଭାରତ। ଶତ୍ରୁ ଦେଶ ପାକିସ୍ତାନକୁ କିପରି ହଇରାଣ କରାଯାଇ ପାରିବ ସେ ନେଇ ଗୋଟାଏ ବି ସୁଯୋଗ ହାତଛଡ଼ା କରିନାହାନ୍ତି ଦେଶପ୍ରେମୀ। ମଧ୍ୟପ୍ରଦେଶର ଟମାଟୋ ଚାଷୀମାନେ ପାକିସ୍ତାନ ଉପରେ ନିଜର ରାଗ ସୁଝାଇବାକୁ ଯାଇ ପାକିସ୍ତାନକୁ ଟମାଟୋ ବିକିବା ବନ୍ଦ କରି ଦେଇଛି। ପ୍ରଥମେ ଫଳ, ତା’ପରେ ଟମାଟର୍‌ ଓ ପାଣି ଭଳି ଗୋଟିଏ ପରେ ଗୋଟିଏ କଟକଣା ଲଗାଇ ଚାଲିଛି ଭାରତ। ଏ ନେଇ ପାକିସ୍ତାନ ସରକାର ଯଦିଓ ନିଜ ମୁହଁ ଟାଣ ଛାଡ଼ି ନାହାନ୍ତି କିନ୍ତୁ ବାସ୍ତବରେ ଏ ସବୁ ତାଙ୍କ ଦେଶ ଉପରେ କେତେ ପ୍ରଭାବ ପକାଇଛି ତାହାର ପ୍ରମାଣ ସ୍ୱରୂପ ଇଣ୍ଟର୍‌ନେଟ୍‌ରେ ଏକ ଭିଡିଓ ଏବେ ଦେଖିବାକୁ ମିଳିଛି।

ଭିଡିଓରେ ଚିତ୍କାର କରୁଥିବାର ଦେଖିବାକୁ ମିଳିଛନ୍ତି ଜଣେ ପାକିସ୍ତାନୀ ସାମ୍ବାଦିକ। ପାକିସ୍ତାନକୁ ଭାରତ ଟମାଟୋ ବନ୍ଦ କରିବାକୁ ସେ ସହଜରେ ଗ୍ରହଣ ନ କରିପାରି ନିଜର କ୍ଷୋଭ କାଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭାରତ ପାକିସ୍ତାନକୁ ଟମାଟୋ ବିକ୍ରି ବନ୍ଦ କରି ଏକ ନୀଚ କାର୍ଯ୍ୟ କରିଛି ବୋଲି ସେ କହୁଛନ୍ତି। ସେ ଆହୁରି ବି କହିଛନ୍ତି କି ଭାରତର ଧାରଣା ଯେପରି ପାକିସ୍ତାନ ଟମାଟୋ ବିନା ଜିଇ ପାରିବ ନାହିଁ। ସେହି ଟମାଟର୍‌କୁ ଆମେ ରାହୁଲ ଓ ମୋଦିଙ୍କ ମୁହଁକୁ ମାରିବୁ ବୋଲି କହୁଥିବାର ଦେଖିବାକୁ ମିଳିଛି। ଭାରତୀୟ ମିଡିଆ ଯେଉଁ ଭଳି ଭାବେ ଜଳୁଛି ତାଙ୍କ ଟମାଟୋ ବି ସେହି ଭଳି ଭାବେ ଜଳିବ ବୋଲି ସେ ଚିଲେଇ ଚିଲେଇ କହୁଛନ୍ତି। ପାକିସ୍ତାନ ଯେଉଁ ପରମାଣୁ ବୋମା ବନାଇଛି ତାହା ଭାରତ ପାଇଁ ହିଁ ବନାଇଛି ବୋଲି ସେ ଧମକ ଦେବା ଢଙ୍ଗରେ କହୁଥିବା ଦେଖିବାକୁ ମିଳିଛନ୍ତି। ଶେଷରେ ସେ ହିନ୍ଦୁସ୍ତାନର ମିଡିଆ ଓ ଲୋକଙ୍କୁ ପାକିସ୍ତାନକୁ ଡରିବା ପାଇଁ କହୁଥିବାର ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର