ଭାଇରାଲ ହେଉଛି ପାକିସ୍ତାନୀ ଯୁବକଙ୍କ ଭାରତୀୟ ଜାତୀୟ ସଙ୍ଗୀତ ଗାନର ଭିଡ଼ିଓ,ଏସିଆ କପ୍‌ ଚାଲିଥିବା ବେଳେ ପାକିସ୍ତାନୀ ଜାତୀୟ ପତାକା ଧରି ଗାଇଥିଲେ ଗୀତ

ନୂଆଦିଲ୍ଲୀ : ଭାରତ-ପାକିସ୍ଥାନ ମଧ୍ୟରେ ଥିବା ଶତୃତା କାହାକୁ ଅଛପା ନାହିଁ । ସୀମାରେ ଅଧିକାଂଶ ସମୟରେ ଲାଗି ରହିଛି ଉତ୍ତେଜନା। ତେବେ ଦୁଇ ଦେଶ ମଧ୍ୟରେ ଥିବା ଏଭଳି ପରିସ୍ଥିତିରେ ଜଣେ ପାକିସ୍ତାନୀ ଯୁବକ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଚାଲିଥିବା ବେଳେ ଜଣେ ପାକିସ୍ତାନୀ ଯୁବକ ଭାରତର ଜାତୀୟ ସଙ୍ଗୀତ ଗାନ କରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ଲୋକମାନେ ଯୁବକଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ସେପ୍ଟେମ୍ବର ୨୦ ଗୁରୁବାର ଦିନ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଖେଳା ଯାଉଥିଲା । ଏଠାରୁ ପାକିସ୍ତାନର ଖେଳାଳିମାନଙ୍କୁ ସମର୍ଥନ ଜଣାଇବା ପାଇଁ ଆସିଥିଲେ ଆଦିଲ ତାଜ୍‌ । ବେକରେ ପାକିସ୍ତାନର ଜାତୀୟ ପତାକା ପକାଇଥିବା ବେଳେ ସେ ମ୍ୟୁଜିକ୍‌ ଆପ୍‌ ‘ଟିକ୍‌ଟକ୍‌’ ଜରିଆରେ ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ । ପ୍ରଥମେ ଇନ୍‌ଷ୍ଟାରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ‘ଭଏସ୍‌ ଅଫ୍‌ ରାମ୍‌’ ନାମକ ଏକ ଗ୍ରୁପ୍‌  ଫେସ୍‌ବୁକ୍‌ରେ ଏହାକୁ ସେୟାର କରିଥିଲେ । ଧିରେ ଧିରେ ଏହି ଭିଡ଼ିଓକୁ ଲୋକଙ୍କ ଭଲ ପାଇବା ମିଳିବା ଆରମ୍ଭ ହୋଇଥିଲା । ପ୍ରଥମେ ଯୁବକଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ଆଦିଲ ନିଜେ ନିଜର ପରିଚୟ ଦେଇ ଦୁଇ ଦେଶର ଲୋକ ଶାନ୍ତିରେ ବଞ୍ଚିବା ଦରକାର ବୋଲି କହିଥିଲେ ।

ସମ୍ବନ୍ଧିତ ଖବର