ପାକ୍ ଗଣମାଧ୍ୟମରେ ମିଛ ବିବରଣୀ : ଭାରତୀୟ ବାୟୁସେନା ଦେଖାଇଥିବା ଦୁଃସାହସିକତାର ପ୍ରମାଣ ଲୁଚାଇବାକୁ ପ୍ରୟାସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଦୁଇଟି ବିମାନକୁ ପାକିସ୍ତାନ ଖସାଇଦେଇଛି ବୋଲି ଆଜି ପାକିସ୍ତାନ ଗଣମାଧ୍ୟମରେ ଦିନ ତମାମ ମିଛ ବିବରଣୀ ସବୁ ପ୍ରସାରିତ ହେବାରେ ଲାଗିଛି। ଏପରି ଦାବିକୁ ଦୃଢ଼ କରିବା ପାଇଁ ପାକ୍ ଗଣମାଧ୍ୟମରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ପେସ୍ ହୋଇପାରିନାହିଁ। ତେବେ ବାଲାକୋଟ ଆକ୍ରମଣ ପରି ଭାରତୀୟ ବାୟୁସେନାର ଦୁଃସାହସିକତାର ସମସ୍ତ ପ୍ରମାଣ ଲୁଚାଇବା ପାଇଁ ଏଭଳି ଯୋରଦାର ଉଦ୍ୟମ ହେଉଥିବା ଜଣାଯାଇଛି।

ସୂଚନା ଥାଉ କି, ଗତ ୨୬ ତାରିଖ ଭୋର୍ ବେଳେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ ଆତଙ୍କୀ ଶିବିର ଉପରେ ହୋଇଥିବା ହମଲା ପରେ ପାକିସ୍ତାନ ଜବାବୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଧମକ ଦେଇଥିଲା। ତେବେ ପାକିସ୍ତାନ ଏକ୍ସପ୍ରେସ ଟ୍ରିବ୍ୟୁନରେ ଚର୍ଚ୍ଚା ହେଉଥିବା ପ୍ରମୁଖ ବିବରଣୀ ଅନୁଯାୟୀ, ବୁଧବାର ସକାଳେ ପାକିସ୍ତାନ ବାୟୁସେନା ନିୟନ୍ତ୍ରଣ ରେଖା ଟପି ବଦଲା ନେବାକୁ ଆସିଥିବା ବେଳେ ଭାରତୀୟ ବାୟୁସେନା ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ତେବେ ପାକ୍ ଯବାନମାନେ ଦୁଇଟି ଭାରତୀୟ ବିମାନକୁ ଖସାଇ ଦେଇଛନ୍ତି। ଗୋଟିଏ ପିଓକେରେ ପଡ଼ିଥିବା ବେଳେ ଅନ୍ୟଟି ଜମ୍ମୁକଶ୍ମୀରରେ ପଡ଼ିଛି। ଏପରିକି ଏହି କାହାଣୀର ସତ୍ୟତା ପୁଷ୍ଟି ପାଇଁ ଭାରତୀୟ ବାୟୁସେନା ବିମାନର ଭଗ୍ନାବଶେଷକୁ ପ୍ରଦର୍ଶିତ କରାଯାଇଛି। ବାସ୍ତବରେ ତାହା ଗତବର୍ଷ ଓଡ଼ିଶାରେ ବାୟୁସେନା ପ୍ରଶିକ୍ଷଣ ବେଳେ ଖସିପଡ଼ିଥିବା ହକ୍ ବିମାନର ଅଂଶବିଶେଷ ବୋଲି ଜଣାଯାଇଛି। ସେହିପରି ଅନ୍ୟ ଏକ ଭିଡିଓ ଫୁଟେଜ୍ ଦେଖାଯାଉଛି ଯାହା କି ୨୦୧୬ ମସିହାରେ ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏମ୍ଆଇଜି ବିମାନ ବୋଲି ଜଣାଯାଇଛି। ପରେ ଅବଶ୍ୟ ସେହି ସବୁ ପ୍ରମାଣକୁ ପ୍ରସାରଣରୁ ହଟାଇଦିଆଯାଇଛି।

ସମ୍ବନ୍ଧିତ ଖବର