ଆତଙ୍କବାଦୀଙ୍କୁ ସାହାଯ୍ୟ ପାଇଁ ଆମେରିକାରେ ଏବେ ପାଣ୍ଠି ଯୋଗାଣରେ ଲାଗିପଡିଛନ୍ତି ପାକିସ୍ତାନୀ ଏନଜିଓ

ନୂଆଦିଲ୍ଲୀ: ଆମେରିକାରେ କାର୍ଯ୍ୟ କରୁଥିବା ପାକିସ୍ତାନର ୪ଟି ସାମାଜିକ ଅନୁଷ୍ଠାନ ବା ଏନଜିଓ ଏବେ କରୋନା ସଙ୍କଟ ନାମରେ ଆତଙ୍କବାଦୀ ପାଣ୍ଠି ପାଇଁ ଟଙ୍କା ଜମା କରୁଛନ୍ତି। କରୋନା ସଙ୍କଟରେ ଭାରତକୁ ସାହାଯ୍ୟ କରିବା ନାମରେ ଏହି ଦାନ ସଂଗ୍ରହ କରାଯାଉଛି। ଦାନରେ ମିଳିଥିବା ଲକ୍ଷ ଲକ୍ଷ ଡଲାରକୁ ଭାରତରେ ଆତଙ୍କବାଦୀ ଆକ୍ରମଣରେ ବ୍ୟବହାର କରାଯାଇପାରିବ ବୋଲି ଆଶଙ୍କା କରାଯାଉଛି। ଡ଼ିସଇନଫୋ ଲ୍ୟାବ ନାମକ ଏକ ସଂଗଠନ ‘କୋଭିଡ-୧୯ ସ୍କାମ ୨୦୨୧’ ଶୀର୍ଷକ ଏକ ରିପୋର୍ଟରେ ଏହି ତଥ୍ୟ ଦର୍ଶାଇଛି | ଡ଼ିସଇନଫୋ ଲ୍ୟାବ ହେଉଛି ଏକ ଆଇନଗତ ସଂଗଠନ ଯାହା ମିଥ୍ୟା ଖବର ଏବଂ ପ୍ରଚାରକୁ ଲୋକଲୋଚନକୁ ଆଣେ |

ରିପୋର୍ଟ ଅନୁଯାୟୀ, ଉତ୍ତର ଆମେରିକା ଇସଲାମିକ୍ ମେଡିକାଲ୍ ଆସୋସିଏସନ୍ (IMANA) ଖୁବ କମ ଦିନ ମଧ୍ୟରେ ବହୁ ପରିମାଣର ଅର୍ଥ ଜମା କରିଛି | ଏହି ସଂସ୍ଥା ୩୦ କୋଟିରୁ ୧୫୮ କୋଟି ଟଙ୍କା ପାଇବ ବୋଲି ଆକଳନ କରାଯାଇଛି। ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଭାରତକୁ ସାହାଯ୍ୟ କରିବା ପାଇଁ ଟଙ୍କା ଦେଇଥିଲେ ବି କେଉଁଠାରେ ଓ କେମିତି ଏହି ଅର୍ଥ ବ୍ୟବହାର କରାଯାଉଛି ଏହାର ତଥ୍ୟ କିଛି ନାହିଁ। ଉତ୍ତର ଆମେରିକା ଇସଲାମିକ୍ ମେଡିକାଲ୍ ଆସୋସିଏସନ୍ ହେଉଛି ଆମେରିକାର ଇଲିନୋଇସରେ ଅବସ୍ଥିତ ଏକ ଚିକିତ୍ସା ସହାୟତା ସଂଗଠନ |

ଏହି ସଂଗଠନର ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା କୁହାଯାଉଛି। ଗତ ମେ ୭ ତାରିଖରେ ୬ କୋଟି ଟଙ୍କା ବ୍ୟୟରେ ଚିକିତ୍ସା ଉପକରଣ କିଣିଥିବା ଏହି ସଂସ୍ଥା ଦାବି କରିଥିଲା । କିନ୍ତୁ ଏହି ଉପକରଣଗୁଡ଼ିକ କେବେ ବି ଭାରତରେ ପହଞ୍ଚି ନାହିଁ। ରିପୋର୍ଟ ଅନୁଯାୟୀ, ଏପରି ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ସହାୟତା ନାମରେ ଟଙ୍କା ଜମା କରୁଛନ୍ତି। ଏଥିମଧ୍ୟରୁ ରିଲିଫ୍ ଆଣ୍ଡ ଡେଭଲପମେଣ୍ଟ ଆମେରିକା ଏବଂ ଉତ୍ତର ଆମେରିକାର ଇସଲାମିକ୍ ସର୍କଲ୍ ଅଫ ନର୍ଥ ଆମେରିକା ମଧ୍ୟ ଅଛି | ଏହି ଉଭୟ ସଂଗଠନର ସମ୍ପର୍କ ପାକିସ୍ତାନର ଜମାତ-ଏ-ଇସଲାମି ସହିତ ରହିଛି |

ସମ୍ବନ୍ଧିତ ଖବର