ନୂଆଦିଲ୍ଲୀ: ପାକିସ୍ତାନୀ ବାୟୁସେନାର ଜଣେ ପାଇଲଟ୍‌କୁ ଭାରତୀୟ ସୁରକ୍ଷା କର୍ମୀ ଆଜି ଧରିଛନ୍ତି। ଜୟସାଲମେରରେ ଲଢ଼ୁଆ ବିମାନରୁ ବାହାର କରାଯାଇ ତାଙ୍କୁ ଧରାଯାଇଛି। ପାଇଲଟଙ୍କ ପରିଚୟ ଜଣାପଡ଼ିନାହିଁ। କିନ୍ତୁ ତାଙ୍କୁ ହେପାଜତକୁ ନିଆଯାଇଥିବା ଏକ ସୂତ୍ରରୁ ଜଣାଯାଇଛି।

Advertisment

ଦୁଇ ପଡ଼ୋଶୀ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଥିବା ବେଳେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଦୁଇ ଦେଶ ସହ ସହିତ ପୃଥକ୍‌ ଭାବେ ଆଜି କଥା ହୋଇଛନ୍ତି। ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ମହମ୍ମଦ ଶେହବାଜ ସରିଫଙ୍କ ସହିତ ଆଲୋଚନା କରି ଉତ୍ତେଜନା ହ୍ରାସ ପାଇଁ ପରାମର୍ଶ ଦେଇଛନ୍ତି। ଦୁଇ ଦେଶ ପରସ୍ପର ସହ ସିଧାସଳଖ କଥାବାର୍ତ୍ତା କରିବା ପାଇଁ ଆମେରିକା କହିଛି। ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେରିକା ବିଦେଶମନ୍ତ୍ରୀ ରୁବିଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫଙ୍କୁ କହିଛନ୍ତି। କେବଳ ଆମେରିକା ନୁହେଁ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶ ପକ୍ଷରୁ ମଧ୍ୟ ଚାପ ପକାଯାଇଛି।

ସଂକ୍ଷେପରେ ଯୁଦ୍ଧ

    ଜମ୍ମୁ , ପଠାନକୋଟ, ଉଧମପୁର ସାମରିକ ପ୍ରତିଷ୍ଠାନରେ ପାକିସ୍ତାନ ଆକ୍ରମଣ ଉଦ୍ୟମ ପଣ୍ଡ
    ପାକିସ୍ତାନୀ ପାଇଲଟ୍‌ ଭାରତ କବ୍‌ଜାରେ
    ସିଡିଏସ୍‌ ଏବଂ ୩ ସେନାମୁଖ୍ୟଙ୍କ ସହ ରାଜନାଥଙ୍କ ଜରୁରୀ ବୈଠକ
    ଜମ୍ମୁ କାଶ୍ମୀରରେ ସମସ୍ତ ସାମରିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍‌ 
    ଜମ୍ମୁ ସହରରେ ମୋବାଇଲ ସେବା ବାଧାପ୍ରାପ୍ତ  
    ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଖାଲି କରାଯାଉଛି 
    ଦିଲ୍ଲୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ 
    କୁଦନକୁଲମ ପରମାଣୁ ଶକ୍ତି କେନ୍ଦ୍ରରେ ଆସନ୍ତାକାଲି ମକ୍‌ ଡ୍ରିଲ୍‌  
    ପଂଜାବରେ ୩ ଦିନ ପାଇଁ ସ୍କୁଲ୍‌, କ‌ଲେଜ ବନ୍ଦ 
    ଜମ୍ମୁ କାଶ୍ମୀରରେ ସମସ୍ତ ସ୍କୁଲ୍‌ ବନ୍ଦ 
    ସାମ୍ବାରେ ଜୋରଦାର ଗୋଳାମାଡ଼ ଓ ଡ୍ରୋନ ଆକ୍ରମଣ
    ଜମ୍ମୁର ଚନ୍ନି ଅଞ୍ଚଳକୁ ଟାର୍ଗେଟ୍‌ କରି ପାକିସ୍ତାନ ପଟୁ ରକେଟ୍‌ ମାଡ଼
    ପୋଖରାନ ଉପରେ ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣ ଉଦ୍ୟମ ପଣ୍ଡ କଲା ଭାରତ 
    ଜୈସଲମେର ସେନା ମୁଖ୍ୟାଳୟ ଉପରେ ପାକ୍‌ ଆକ୍ରମଣ ଉଦ୍ୟମ ପଣ୍ଡ କଲା ବାୟୁସେନା 
    ଏସ୍‌-୪୦୦ ସୁଦର୍ଶନ ଚକ୍ର, ଏଲ୍‌-୭୦, ଜେଡ୍‌ଏସ୍‌ୟୁ-୨୩, ସିଲ୍‌କା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ରଖିଛି ଭାରତ  
    ଲାହୋରରେ ପୁଣି ଭାରତର ପ୍ରଚଣ୍ଡ ଆକ୍ରମଣ  
    ସମସ୍ତ ବିମାନବନ୍ଦର, ବିମାନସଂସ୍ଥାକୁ ସୁରକ୍ଷା ବୃଦ୍ଧି ପାଇଁ ନିର୍ଦ୍ଦେଶ 
    ଶ୍ରୀନଗର ବିମାନବନ୍ଦରରେ ହାଇଆଲର୍ଟ