ପାସପୋର୍ଟ ଦେଖାଇ ଟିକା ନେଇପାରିବେ ପାକିସ୍ତାନ ଶରଣାର୍ଥୀ 

ଭୋପାଳ: ପାସପୋର୍ଟ ଦେଖାଇ କୋଭିଡ ଟିକା ନେଇପାରିବେ ପାକିସ୍ତାନର ଶରଣାର୍ଥୀ | ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ପ୍ରାୟ ୫,୦୦୦ ପାକିସ୍ତାନୀ ଶରଣାର୍ଥୀଙ୍କୁ ଆଣ୍ଟି-କରୋନା ଭାଇରସ୍ ଟିକା ଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସ୍ୱାସ୍ଥ୍ୟ ବିଭାଗର ଟିକାକରଣ ଅଧିକାରୀ ଡ.ପ୍ରବୀଣ ଜଡିଆ କହିଛନ୍ତି ଯେ ସିନ୍ଧି ହିନ୍ଦୁ ସମ୍ପ୍ରଦାୟର ପାକିସ୍ତାନୀ ଶରଣାର୍ଥୀଙ୍କ ପ୍ରତିନିଧୀମାନେ ଟିକା ଦେବାକୁ ଅନୁରୋଧ କରିଥିଲେ | ଆଉ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି |

ପାକିସ୍ତାନୀ ଶରଣାର୍ଥୀମାନେ ପାସପୋର୍ଟକୁ ପରିଚୟ ପତ୍ର ଭାବରେ ଦର୍ଶାଇ ସହରର ଟିକାକରଣ କେନ୍ଦ୍ରରେ କୋଭିଡ -୧୯ ଟିକା ପାଇପାରିବେ।” ଏକ ଆକଳନ ଅନୁଯାୟୀ ପ୍ରାୟ ୫୦୦୦ ପାକିସ୍ତାନୀ ଶରଣାର୍ଥୀ ଇନ୍ଦୋରରେ ରୁହନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସହରର ସିନ୍ଧି କଲୋନୀ ଅଞ୍ଚଳରେ ବସବାସ କରନ୍ତି। ସେ କହିଛନ୍ତି, “ଆମେ ସମସ୍ତ ବୟସ୍କମାନଙ୍କୁ ମାନବିକତା ଭିତ୍ତିରେ ଆଣ୍ଟି-କୋଭିଡ୧୯ ଟିକା ଦେଉଛୁ |। ଗତ ମାସରେ ନେଦରଲ୍ୟାଣ୍ଡର ଜଣେ ନାଗରିକଙ୍କୁ ମଧ୍ୟ ଟିକା ଦେଇଥିଲୁ |

ସୂଚନା ଥାଉ କି ଯେ କୋଭିଡ -୧୯ କାରଣରୁ ମଧ୍ୟପ୍ରଦେଶର ଇନ୍ଦୋର ସର୍ବାଧିକ ପ୍ରଭାବିତ ହୋଇଛି । ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୧.୫୨ ଲକ୍ଷ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧,୩୭୦ ଲୋକଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୧୩.୫୩ ଲକ୍ଷ ଲୋକଙ୍କୁ ଆଣ୍ଟି-କୋଭିଡ -୧୯ର ପ୍ରଥମ ଡୋଜ ଦିଆଯାଇଛି | ଆଉ ୨.୩୫ ଲକ୍ଷ ଦୁଇଟି ଡୋଜ ଦିଆଯାଇଛି।

ସମ୍ବନ୍ଧିତ ଖବର