ପାକିସ୍ତାନ:  ଅନେକ ସମୟରେ ସାମ୍ବାଦିକମାନେ ଖବର ଦେଉଥିବା ବେଳେ ନିଜେ ଖବର ପାଲଟି ଯାଇଆନ୍ତି। ପାକିସ୍ତାନ ବର୍ତ୍ତମାନ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିର ସାମ୍ନା କରୁଛି। ଏପରି ପରିସ୍ଥିତିରେ ପାକିସ୍ତାନର ରାୱଲପିଣ୍ଡିର ଚାହାନ ଡ୍ୟାମ ନିକଟରୁ  ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

Advertisment

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ରିପୋର୍ଟର ଜଣକ ଅଣ୍ଟା ପର୍ଯ୍ୟନ୍ତ ପାଣିରେ ଠିଆ ହୋଇ ତାଙ୍କ ମାଇକ୍ ସହିତ ବନ୍ୟା ପରିସ୍ଥିତିର ରିପୋର୍ଟିଂ କରୁଛନ୍ତି।  ଠିକ ଏତିକି ବେଳେ ସେ ରିପୋର୍ଟିଂ କରୁଥିବା ସ୍ଥାନରେ ପାଣିର ପ୍ରବାହ ହଠାତ୍ ତୀବ୍ର ହୋଇଯାଇଥିଲା। କିଛି ସେକେଣ୍ଡ ମଧ୍ୟରେ ତାଙ୍କ ମୁଣ୍ଡ ଏବଂ ହାତ ପାଣିରେ ବୁଡ଼ିଯାଇଥିଲା। ଦେଖୁ ଦେଖୁ ସେ ବନ୍ୟା ପାଣିରେ ଭାସି ଯାଇଥିଲେ। ଏହି ଲୋମଟାଙ୍କୁରାର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଛି।