ଟ୍ରେଟର୍ ନୋଇଡା: ହିନ୍ଦୁସ୍ତାନୀ ଯୁବକ ସଚିନଙ୍କ ପ୍ରେମରେ ପଡ଼ି ବେଆଇନ୍ ଭାବେ ପାକସ୍ତାନରୁ ଭାରତ ଆସିଥିବା ସୀମା ହାଇଦର୍ ଏବେ ଏକ ଚର୍ଚ୍ଚିତ ଖବର ପାଲଟିଛନ୍ତି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ଗଣମାଧ୍ୟମରେ ଏବେ ସବୁଆଡ଼େ ଖାଲି ସୀମାଙ୍କ ଚର୍ଚ୍ଚା। ସୀମା ଏବଂ ସଚିନଙ୍କ ଅନେକ ରୋମାଣ୍ଟିକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଉଛି।
ଏହାରି ମଧ୍ୟରେ ଦମ୍ପତିଙ୍କର ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛନ୍ତି। ଶିବଙ୍କ ଏକ ଭଜନରେ ଏହି ପ୍ରେମ ପକ୍ଷୀ ରିଲ୍ସ ବନାଇଛନ୍ତି।
ସଚିନ-ସୀମାଙ୍କ ପ୍ରେମ ସମ୍ପର୍କର ଉଦାହରଣ ଏହି ଭିଡିଓଟି ଏବେ ଖୁବ୍ ଜୋର୍ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ସୋସିଆଲ ମିଡିଆରେ ସୀମାଙ୍କ ରିଲକୁ ମଧ୍ୟ ପସନ୍ଦ କରୁଛନ୍ତି।
ଯେତେବେଳେ ରିପବ୍ଲିକ୍ ଇଣ୍ଡିଆ ସୀମାଙ୍କୁ ତାଙ୍କ ଭାଷା ବିଷୟରେ ପଚାରିଲା ଯେ ପାକିସ୍ତାନରୁ ଆସିବା ପରେ ମଧ୍ୟ ସେ ବହୁତ ଭଲ ହିନ୍ଦୀ କହିପାରୁଛନ୍ତି କିପରି? ଏହା ତାଙ୍କୁ ସଚିନଙ୍କ ପ୍ରେମ ଶିଖାଇ ଦେଇଛି ବୋଲି ସୀମା ଉତ୍ତର ଦେଇଛନ୍ତି।
ପବ୍ଜୀ ଖେଳରୁ ତାଙ୍କ ଜୀବନ ଯେ ଏକ ଏକ ନୂଆ ମୋଡ଼ ନେବ ତାହା କେବେ ସୀମା ଭାବିନଥିଲେ। ସୀମା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ।ସେ ଇନଷ୍ଟାଗ୍ରାମରୁ ଟିକ୍ଟକ୍ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭିଡିଓ ତିଆରି ବନାନ୍ତି। ସୀମା ଏକ ସାକ୍ଷାତକାରରେ କହିଛନ୍ତି ଯେ ମାର୍ଚ ମାସରେ ଯେତେବେଳେ ସେ ନେପାଳରେ ସଚିନଙ୍କ ସହ ସାତ ଦିନ ବିତାଇଥିଲେ, ସେତେବେଳେ ସେ ଅନେକ ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରିଥିଲେ। ଯାହା ଦ୍ବାରା ଯଦି ପୁନର୍ବାର ସାକ୍ଷାତ ସମ୍ଭବ ନନୁହେଁ, ତେବେ ସେମାନଙ୍କ ପାଖରେ ସ୍ମୃତି ଆକାରରେ ଭିଡିଓ ଥିବ।