ହତ୍ୟା ଧମକ ମିଳିବାରୁ ପାକିସ୍ତାନ ଛାଡିଲେ ଶିଖ ନେତା ଓ ତାଙ୍କ ପରିବାର

ନୂଆଦିଲ୍ଲୀ: ପାକିସ୍ତାନରେ ଶିଖ ଓ ହିନ୍ଦୁଙ୍କ ଉପରେ କିଭଳି ଅତ୍ୟାଚାର ହୋଇଥାଏ ତାହା ସାରା ବିଶ୍ୱ ଜାଣିଛି | ଏବେ ପୁଣି ଏଭଳି ଏକ ଅତ୍ୟାଚାରର କାହାଣୀ ସାମ୍ନାକୁ ଆସିଛି ଯେଉଁଥିପାଇଁ ଜଣେ ଶିଖ ବ୍ୟକ୍ତି ପାକିସ୍ତାନ ଛାଡିବାକୁ ବାଧ୍ୟ ହୋଇଛନ୍ତି | ଏହି ନେତାଙ୍କ ନାମ ହେଉଛି ରାଧେସ ସିଂ ଟୋନି | ପାକିସ୍ତାନର ଏହି ସକ୍ରିୟ ଶିଖ ନେତାଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯିବା ସହ ମରଣାନ୍ତକ ଆକ୍ରମଣ ପାଇଁ ସେ ନିଜ ପରିବାର ସହ ପାକିଷ୍ଟନ ଚଡି ଚାଲିଯାଇଛନ୍ତି | କିନ୍ତୁ ଏହି ଘଟଣାକୁ ନେଇ ସେ ଏକ ଟ୍ୱିଟ ଭିଡିଓ ଜାରି କରିଛନ୍ତି |


୪୫ ସେକେଣ୍ଡର ଏହି ଭିଡିଓରେ ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ମିଳିବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ ହୋଇଛି | ଯାହାକୁ ନେଇ ସେ ଚିନ୍ତିତ ଅଛନ୍ତି | ଭିଡିଓରେ ସେ ଅପିଲ କରିଛନ୍ତି ଯେ ତାଙ୍କୁ ଓ ତାଙ୍କ ପରିବାରକୁ ବଞ୍ଚାଯାଉ ଓ କୌଣସି ସୁରକ୍ଷିତ ସ୍ଥାନକୁ ନିଆଯାଉ |

ଏଠାରେ ସୂଚନା ଥାଉ କି ୨୦୧୮ ମସିହାରେ ପାକିସ୍ତାନର ପେଶାବର ଅଂଚଳ ଅଧୀନରେ ଆସୁଥିବା ପିକେ-୭୫ ନିର୍ବାଚନ କ୍ଷେତ୍ରରୁ ରାଧେସ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ | ଏହା ଛଡା ସେ ଶିଖ ସମୁଦାୟର ପ୍ରମୁଖ ସଦସ୍ୟ ଥିବାବେଳେ ପଖତୁନଖା ଅଞ୍ଚଳରେ ସଂଖ୍ୟାଲଘୁ ମାନଙ୍କର ଅଧ୍ୟକ୍ଷ ଥିଲେ |

ସମ୍ବନ୍ଧିତ ଖବର