କାଶ୍ମୀର ପରି ଏକ ସମାନ ଆକ୍ରମଣ ଗତ କାଲି ଇରାନରେ ହୋଇଥିଲା, ୨୭ ସୈନିକ ସହିଦ, ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ଇରାନର ଧମକ

ତେହେରାନ : ଆଜି ଜାମ୍ମୁ ଓ କାଶ୍ମୀରର ଫୁଲଓ୍ଵାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ସାରାଦେଶରେ ଦାବି ଉଠିଛି । କିନ୍ତୁ ଏକ ସମାନ ପ୍ରକାରର ଆତଙ୍କବାଦୀ ଆକ୍ରମଣ ପାକିସ୍ତାନର ପଶ୍ଚିମ ପଟେ ଥିବା ପଡୋଶୀ ଇରାନ ଉପରେ ଗତକାଲି ରାତିରେ ହୋଇଛି ।

ଇରାନର ଇସ୍ଲାମିକ ରିଭୋଲ୍ୟୁସନ ଗାର୍ଡ କର୍ପସ (ଆଇଆରଜିସି)ର ଯବାନ ମାନେ ରାତିରେ ବସରେ ଯାଉଥିବା ବେଳେ ଏକ ବିସ୍ଫୋରକ ଭରା କାର ସେଥିରେ ମାଡ ହୋଇଥିଲା । ଏହି ଘଟଣାରେ ଆଇଆରଜିସିର ୨୭ ଯବାନ ପ୍ରାଣ ହରାଇଛନ୍ତି । ଏହି ଘଟଣା ପାଇଁ ଇରାନ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଅଲ ଆଦିଲକୁ ଦାୟୀ କରିଛି । ଜୈସ-ଇ-ମୁହମ୍ମଦ ସହ ସଂପୃକ୍ତ ଏହି ସଂଗଠନ ଭାରତରେ ଆଜି ହୋଇଥିବା ଆକ୍ରମଣ ସହ ମଧ୍ୟ ସଂପୃକ୍ତ ବୋଲି ଜଣାପଡିଛି । ଏହି ଘଟଣାରେ ପ୍ରତିଶୋଧ ନେବ ବୋଲି ଇରାନ ଧମକ ଦେଇଛି ।

ସମ୍ବନ୍ଧିତ ଖବର