ଟାଣି ଆଣିଲା କାଳିଆ ଡୋରି! ବଡ଼ ଠାକୁରଙ୍କ ଦର୍ଶନ ପାଇଁ ପାକିସ୍ତାନରୁ ଧାଇଁଆସି‌ଲେ ଭକ୍ତ

ପୁରୀ: ପୁରୀରେ ପାକିସ୍ତାନୀ ଭକ୍ତ । ପାକିସ୍ତାନରୁ ୧୨୦ ଶ୍ରଦ୍ଧାଳୁ ପୁରୀ ଆସି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । କାଳିଆର ଡୋରି କାହିଁ କେତେ ଦୂରରୁ ସେମାନଙ୍କୁ ଟାଣି ଆଣିଛି । ସମସ୍ତ ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦେଶବାସୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି । ଦୁଇ ଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ ପାଇଁ ସେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିବା କହିଛନ୍ତି ।

ପ୍ରତିବର୍ଷ ନୂଆବର୍ଷରେ ଏହି ପର୍ଯ୍ୟଟକ ମାନେ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ପୁରୀରୁ ଯିବା ପରେ ହରିଦ୍ୱାର, ବୃନ୍ଦାବନ ହୋଇ ସେମାନେ ପାକିସ୍ତାନ ଫେରିଯିବେ ବୋଲି କହିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଦେଖି ସେମାନେ ବେଶ୍ ଖୁସି ଥିବା କହିଛନ୍ତି । ସେହିପରି ନାଗରିକତା ସଂଶୋଧନ ଆଇନ ନେଇ ମଧ୍ୟ ପାକିସ୍ତାନୀ ଶ୍ରଦ୍ଧାଳୁ ପ୍ରତିକ୍ରିୟା ରଖିଛନ୍ତି । କେବଳ ଏତିକି ନୁହେଁ ସିଏଏକୁ ସମସ୍ତେ ମାନିବା ଉଚିତ ବୋଲି ସେମାନେ କହିଛନ୍ତି ।

ସମ୍ବନ୍ଧିତ ଖବର