ପାକିସ୍ତାନୀ ଟିଭି ସଂଯୋଜକଙ୍କ ଦାବି, ସିନ୍ତ୍ରିଆଙ୍କ ସହ ଇମ୍ରାନ୍ ଯୌନସମ୍ପର୍କ ଚାହିଥିଲେ

ନୂଆଦିଲ୍ଲୀ : ଆମେରିକୀୟ ବ୍ଲଗର୍‌ ତଥା ପାକିସ୍ତାନ ଗବେଷକ ସିନ୍ତ୍ରିଆ ଡନ୍ ରିଚିଙ୍କୁ ପାକିସ୍ତାନର ପୂର୍ବ ଗୃହମନ୍ତ୍ରୀ ରହମାନ ମଲ୍ଲିକ ଦୁଷ୍କର୍ମ କରିଥିଲେ ବୋଲି ନିଜେ ସିନ୍ତ୍ରିଆ ଅଭିଯୋଗ ଆଣିବା ଘଟଣା ପାକିସ୍ତାନରେ ଚର୍ଚ୍ଚାର ବିଷୟ ହୋଇଛିା ଅପରପକ୍ଷେ, ଅନ୍ୟତମ ପାକିସ୍ତାନୀ ଟିଭି ସଂଯୋଜକ ଅଲି ସାଲିମ୍ ଓରଫ ବେଗମ୍ ନୱାଜିସ୍‌ ଅଲି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଛନ୍ତିା ଇମ୍ରାନ୍ କୁଆେଡ଼ ସିନ୍ତ୍ରିଆଙ୍କ ସହ ଯୌନସମ୍ପର୍କ ରଖିବାକୁ ଇଚ୍ଛା ପ୍ରକଟ କରିଥିଲେ ବୋଲି ନିଜେ ସିନ୍ତ୍ରିଆ ତାଙ୍କୁ ଏ କଥା କହିଛନ୍ତି ବୋଲି ନୱାଜିସ୍‌ ପ୍ରଘଟ କରିଛନ୍ତିା

ନୱାଜିସ୍‌ଙ୍କ ଏଭଳି ବିସ୍ଫୋରକ ବୟାନ ପାକିସ୍ତାନ ରାଜନୀତିରେ ଝଡ଼ ସୃଷ୍ଟି କରିଛିା ଅତୀତରେ ସିନ୍ତ୍ରିଆ ଏକଦା ନୱାଜିସ୍‌ଙ୍କ ଏକାନ୍ତ ନିବିଡ଼ ଥିବା ବେଳେ ଏପରିକି ଗୋଟିଏ କୋଠରିରେ ଉଭୟ ରହୁଥିବା ସମୟରେ ସେ ଇମ୍ରାନଙ୍କ ଏହି ଯୌନଲିପ୍‌ସା ସମ୍ପର୍କରେ ପ୍ରକାଶ କରିଥିଲେ ବୋଲି ନୱାଜିସ୍‌ କହିଛନ୍ତିା ସୂଚନାଯୋଗ୍ୟ, ପାକିସ୍ତାନର ଶାସକ ନେତାମାନଙ୍କ ସହ ନିବିଡ଼ ସମ୍ପର୍କ ରଖିଥିିବା ସିନ୍ତ୍ରିଆ ସମୟ ସମୟରେ ସାମାଜିକ ଗଣମାଧ୍ୟମରେ ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ନେତାମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଛାଡି଼ ମଧ୍ୟ ଚର୍ଚ୍ଚାରେ ରହିଛନ୍ତିା

ସମ୍ବନ୍ଧିତ ଖବର