ନୂଆଦିଲ୍ଲୀ:  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି। କିନ୍ତୁ ଏଥର କଥାଟି କେବଳ ସାମରିକ ମୋର୍ଚ୍ଚା ପର୍ଯ୍ୟନ୍ତ ସୀମିତ ନୁହେଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନକୁ ସିଧାସଳଖ ଜବାବ ଦେବା ପରିବର୍ତ୍ତେ, ଭାରତ ବିଶ୍ୱ ସ୍ତରରେ ଏପରି ପଦକ୍ଷେପ ନେଇଛି ଯେ, ଋଣଗ୍ରସ୍ତ ପାକିସ୍ତାନ ଭୟଭୀତ ହୋଇଯାଇଛି।

Advertisment

ମେ’ ୯ ତାରିଖରେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନର ଋଣ ସମୀକ୍ଷା କରିବାକୁ ଯାଉଛି।  ଭାରତର ଏହି ରଣନୈତିକ ପଦକ୍ଷେପ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଜେନେରାଲ ଅସୀମ ମୁନିରଙ୍କ ନିଦ ହଜାଇ ଦେଇଛି।

ପ୍ରକୃତରେ, ପାକିସ୍ତାନ ଭୟ କରୁଛି ଯେ, ଯଦି ଭାରତ ଏହି ସମୟ ମଧ୍ୟରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ କିମ୍ବା ପାକିସ୍ତାନକୁ ଆତଙ୍କବାଦର ପ୍ରାୟୋଜକ ବୋଲି କହି ଅନ୍ତର୍ଜାତୀୟ ସ୍ତରରେ କୋଣଠେସା କରେ, ତେବେ ଆଇଏମଏଫର  ପ୍ରଥମ କିସ୍ତି ଅଟକି ଯାଇପାରେ। ଏହି ୭ ବିଲିୟନ ଡଲାର ଋଣ ଉପରେ ପାକିସ୍ତାନର ଆଶା ଓ ଭରସା ରହିଛି। ଏହି କାରଣରୁ ଆଜିକାଲି ପାକିସ୍ତାନ ଭାରତର ଯେକୌଣସି ମନୋଭାବ ବିଷୟରେ ବହୁତ ସତର୍କ ଏବଂ ସଙ୍କୋଚିତ ମନେ ହେଉଛି।

ସମ୍ପ୍ରତି ଭାରତ ପକ୍ଷରୁ ଏକ କଠୋର କୂଟନୈତିକ ପଦକ୍ଷେପ ନିଆଯାଇଛି। ଏଥିରେ, ଏହା ପାକିସ୍ତାନକୁ ଦିଆଯାଇଥିବା ଋଣର ପୁନର୍ବିଚାର କରିବାକୁ ଆଇଏମଏଫ ଏବଂ ଅନ୍ୟାନ୍ୟ ବିଶ୍ୱ ଆର୍ଥିକ ଏଜେନ୍ସିଗୁଡ଼ିକୁ ଦାବି କରିଛି। ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ଦାବି ଉଠିଥିଲା। ଏଥିରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଭାରତର ଗଭୀର ସ୍ଥାନରେ ଏକ ଚିନ୍ତାଧାରା ରହିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ନିଜର ମାଟିରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ନେଟୱାର୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ, ସେପର୍ଯ୍ୟନ୍ତ ତାକୁ କୌଣସି ପ୍ରକାରର ଅନ୍ତର୍ଜାତୀୟ ଆର୍ଥିକ ସହାୟତା ମିଳିବା ଉଚିତ୍ ନୁହେଁ।

ଅନ୍ୟପକ୍ଷରେ, ପାକିସ୍ତାନ ଭାରତର ଏହି ପଦକ୍ଷେପକୁ 'ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ' ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ପାକିସ୍ତାନୀ ଖବରକାଗଜ 'ଏକ୍ସପ୍ରେସ୍ ଟ୍ରିବ୍ୟୁନ୍'ର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ, ଭାରତର ଏହି ପଦକ୍ଷେପ ପାକିସ୍ତାନକୁ କୂଟନୈତିକ ଭାବରେ ଅଲଗା କରିବାର ଏକ ପ୍ରୟାସ। ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆଇଏମଏଫର ବିସ୍ତାରିତ ଆର୍ଥିକ ସୁବିଧା (ଇଏଫଏଫ) ଅଧୀନରେ ପାକିସ୍ତାନର ପ୍ରଥମ ସମୀକ୍ଷା ମେ’୯ ରେ ହେବାକୁ ଯାଉଛି।

ଭାରତ ଯେଉଁ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଆଧାର କରି ଏହି ବିଶ୍ୱବ୍ୟାପୀ ଆବେଦନ କରିଛି, ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ପାକିସ୍ତାନୀ ନାଗରିକ ଭାବରେ ଚିହ୍ନଟ କରାଯାଇଛି। ତଥାପି, ପାକିସ୍ତାନ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛି। କିନ୍ତୁ ଭାରତ ଦାବି କରୁଛି ଯେ, ଆମ ପାଖରେ ପର୍ଯ୍ୟାପ୍ତ ବୈଷୟିକ ଏବଂ ଗୁଇନ୍ଦା ପ୍ରମାଣ ଅଛି, ଯାହାକୁ ଆମେ ଖୁବ୍ ଶୀଘ୍ର ବିଶ୍ୱ ମଞ୍ଚରେ ଉପସ୍ଥାପନ କରିବୁ। ଏହା ଦ୍ବାରା ଭାରତ ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବାର ଯୋଜନା କରିଛି।

ଏପରି ପରିସ୍ଥିତିରେ ପାକିସ୍ତାନର ସମସ୍ୟା ଆହୁରି ବଢ଼ିଯାଇଛି। ଗୋଟିଏ ପଟେ ଋଣର ପ୍ରଥମ କିସ୍ତିର ଆଶା ଅଛି, ଅନ୍ୟପଟେ ଭାରତର କଠୋର କୂଟନୀତି ଏବଂ ଆତଙ୍କବାଦ ସହ ଜଡିତ ଗମ୍ଭୀର ଅଭିଯୋଗ। ଏସବୁ ମଧ୍ୟରେ, ପାକିସ୍ତାନର ପରିସ୍ଥିତି ଅସହଜ ହୋଇପଡ଼ିଛି। ଏହି କାରଣରୁ ଶାହବାଜ ସରିଫ ସରକାର ଏବଂ ସେନା ମୁଖ୍ୟ ଅସୀମ ମୁନିର ଭୟ କରୁଛନ୍ତି ଯେ, ଯଦି ଭାରତ ଏବେ କୌଣସି ଦୃଢ଼ ପଦକ୍ଷେପ ନିଏ, ତେବେ ଆଇଏମଏଫ ସହାୟତା ଚାଲିଯିବ ବୋଲି ମନେ ହେଉଛି।

ଅଧିକ ପଢ଼ନ୍ତୁ: ମୁନିର ନିଜ ଫାଶରେ ଫସିଲେ !: ପହଲଗାମ ଆକ୍ରମଣ ଲିଙ୍କ୍ ମିଳିଲେ, ମୁସଲିମ୍ ଦେଶ ହାତ ଛାଡିବେ

ଏହି ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ କରିଛି ଯେ, ଭାରତ ଏବେ କେବଳ ସୀମାରେ ନୁହେଁ ବରଂ ବିଶ୍ୱ ମଞ୍ଚରେ ମଧ୍ୟ ପାକିସ୍ତାନକୁ ଘେରିବା ପାଇଁ ରଣନୀତି ଉପରେ କାମ କରିବା ଆରମ୍ଭ କରିଛି। ଭାରତ ଯେପରି ଆକ୍ରମଣ ନକରି ପାକିସ୍ତାନର ଦୁର୍ବଳତାକୁ ଛୁଇଁଛି, ତାହା କହିହେଉଛି ଯେ, ନୂଆଦିଲ୍ଲୀର କୂଟନୀତି ଆଉ କେବଳ ପ୍ରତିଶୋଧମୂଳକ ନୁହେଁ ବରଂ ଏକ ନିର୍ଣ୍ଣାୟକ ଦିଗରେ ଅଗ୍ରସର ହେଉଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଘାରିଛି ପିଓକେ ହରାଇବା ଭୟ: ହୋଟେଲ-ମଦ୍ରାସା ବନ୍ଦ, ଲାଉଡସ୍ପିକରରେ ଆଜାନ ମନା

 IMF | India | pakistan