ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ ୧୩୩। ସୁଖ କ୍ଷେତ୍ରରେ ଭାରତ ଆତଙ୍କବାଦ ଅଧ୍ୟୁଷିତ ଦେଶ ପାକିସ୍ତାନ ଏବଂ ଗରିବ ରାଷ୍ଟ୍ର ନେପାଳ ଠାରୁ ମଧ୍ୟ ପଛରେ ରହିଛି ବୋଲି ବୁଧବାର ଦିନ ଜାତିସଂଘ ପ୍ରକାଶ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
୧୫୬ଟି ଦେଶ ତାଲିକାରୁ ଭାତର ତା’ର ପୂର୍ବସ୍ଥାନ ୧୨୨ରୁ ଆହରୁି ୧୧ଟି ସ୍ଥାନ ତଳକୁ ଖସି ଆସି ପ୍ରମୁଖ ସାର୍କ ରାଷ୍ଟ୍ର ସମୂହର ପଛରେ ସ୍ଥାନ ପାଇଛି। ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନ ବି ତାଲିକାର ୧୪୫ ନମ୍ବର ସ୍ଥାନରେ ରହିଛି।
ମାର୍ଚ ୨୦ ତାରିଖ ଆନ୍ତର୍ଜାତିକ ସୁଖ ଦିବସର ପୂର୍ବରୁ ବାର୍ଷିକ ‘ବିଶ୍ୱ ସୁଖ ରିପୋର୍ଟ’ ପ୍ରକାଶ ପାଇଛି।
ଆଠଟି ସାର୍କ ଦେଶ ମଧ୍ୟରୁ ପାକିସ୍ତାନ ରହିଛି ୭୫ତମ ସ୍ଥାନରେ, ଭୁଟାନ୍ ୯୭ରେ, ନେପାଳ ୧୦୧ରେ, ବାଂଲାଦେଶ ୧୧୫ରେ ଓ ଶ୍ରୀଲଙ୍କା ୧୧୬ରେ। କିନ୍ତୁ ରିପୋର୍ଟରେ ମାଳଦ୍ୱୀପକୁ ସ୍ଥାନିତ କରାଯାଇ ନାହିଁ।
ଅର୍ଥନୀତି, ସ୍ୱାସ୍ଥ୍ୟ ଏବଂ ନିର୍ବାଚନ ତଥ୍ୟକୁ ସଂକଳିତ କରିଥିବା ଅର୍ଥନୀତିଜ୍ଞମାନେ ୨୦୧୫ ରୁ ୨୦୧୭ ଯାଏଁ ମଳିଥିବା ତଥ୍ୟକୁ ଆଧାର କରି ପ୍ରସ୍ତୁତ କରିଥିବା ତାଲିକାର ଶୀର୍ଷରେ ରହିଛି ଫିନ୍ଲାଣ୍ଡ୍।
ଭୀଷଣ ଥଣ୍ଡା ଜଳବାୟୁ ସହ ତାଳ ଦେଇ ଚାଲିଥିବା ଫିନ୍ଲାଣ୍ଡବାସୀ ପ୍ରକୃତି, ନିରାପତ୍ତା, ଶିଶୁପାଳନ, ଉତ୍ତମ ସ୍କୁଲ୍ ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ଭଳି ବହୁ ଉତ୍ତମ କାର୍ଯ୍ୟ କରିଛନ୍ତି ସେମାନଙ୍କ ଦେଶରେ।
ତାଲିକାର ଶୀର୍ଷରୁ ଗତବର୍ଷର ନର୍େଓ୍ଵକୁ ହଟାଇ ପଞ୍ଚମ ସ୍ଥାନରୁ ଶିଖରରେ ପହଞ୍ଚିଛି। ୨୦୧୮ର ଶ୍ରେଷ୍ଠ-୧୦ ମଧ୍ୟରେ ରହିଛନ୍ତି: ଫିନ୍ଲାଣ୍ଡ୍, ନରେଓ୍ଵ, ଡେନ୍ମାର୍କ, ଆଇସଲାଣ୍ଡ୍, ସ୍ୱିଜର୍ଲାଣ୍ଡ୍, ନେଦରଲାଣ୍ଡ୍ସ୍, କାନାଡା, ନିଉଜିଲାଣ୍ଡ୍, ସ୍ୱିଡେନ୍ ଏବଂ ଅଷ୍ଟ୍ରେଲିଆ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/hapiness.jpg)