ଭାରତୀୟଙ୍କ ନାଁରେ ନକଲି ସୋସିଆଲ ମିଡିଆ ଆକାଉଣ୍ଟ କରି କଶ୍ମୀର ସଂପର୍କିତ ମିଛ ଖବର ପ୍ରଚାର କରୁଛି ପାକିସ୍ତାନ

ମୁମ୍ବାଇ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ-ଭାରତ ମଧ୍ୟରେ ଥିବା ସଂପର୍କ ଆହୁରି ତିକ୍ତ ହୋଇଥିଲା । ଭାରତକୁ ଉଚିତ୍‌ ଜବାବ ଦେବା ପାଇଁ ପାକିସ୍ତାନ ଭିନ୍ନ ଭିନ୍ନ ବାଟ ଆପଣାଉଥିବା ବେଳେ ଏବେ ପାକିସ୍ତାନର ଆଉ ଏକ ଚାଲ୍‌ ସାମ୍ନାକୁ ଆସିଛି । ଭାରତକୁ ବଦ୍‌ନାମ କରିବା ପାଇଁ ପାକିସ୍ତାନ ଭାରତୀୟ ଯୁବକଙ୍କ ନାଁରେ ନକଲି ସୋସିଆଲ ମିଡିଆ ଆକାଉଣ୍ଟ ତିଆରି କରି  ଭାରତ ବିରୋଧୀ ମିଛ ଖବର ପ୍ରସାର କରୁଥିବା ନେଇ ସୂଚନା ଦେଇଛି ମହାରାଷ୍ଟ୍ରର ସାଇବର ସେଲ୍‌ ।

Image result for social media
Econsultancy

ପାକ୍‌ ଦ୍ୱାରା ତିଆରି କରାଯାଇଥିବା ନକଲି ଆକାଉଣ୍ଟ ଦ୍ୱାରା, ଭାରତୀୟ ଯବାନ କଶ୍ମୀରରେ ନରସଂହାର କରୁଥିବା ନେଇ ମିଛ ଖବର ପ୍ରସାର କରାଯାଉଛି । ମହାରାଷ୍ଟ୍ର ସାଇବର ସେଲ୍‌ର ସ୍ୱତନ୍ତ୍ର ପୁଲିସ ମହାନିରୀକ୍ଷକ ବ୍ରିଜେଶ ସିଂହଙ୍କ କହିବା ଅନୁଯାୟୀ, କିଛି ନକଲି ଆକାଉଣ୍ଟ ହିଂସା ସୃଷ୍ଟିକାରୀ ପୋଷ୍ଟ କରିବାରେ ଲାଗିଛନ୍ତି । ଏଭଳି କାମ ପାକ୍‌ ପକ୍ଷରୁ କରାଯାଉଥିବା ବେଳେ କଶ୍ମୀରରେ ନରସଂହାର ଚାଲୁଥିବା ନେଇ ନକଲି ଫଟୋ ଓ ଭିଡିଓ ସେୟାର କରାଯାଉଛି । ତେବେ ଲୋକମାନଙ୍କୁ ଏହାକୁ ସେୟାର ନ କରି କରିବାକୁ କହିଛନ୍ତି ବ୍ରିଜେଶ ସିଂହ ।

ସମ୍ବନ୍ଧିତ ଖବର