ପାକିସ୍ତାନର ମୁର୍ଖତା : ନୂଆ ମାନଚିତ୍ର ପ୍ରସଙ୍ଗରେ ଭାରତର ପ୍ରତିକ୍ରିୟା
ନୂଆଦିଲ୍ଲୀ : ପାକିସ୍ତାନ ଦ୍ୱାରା ଭାରତର ଜମ୍ମୁ, କଶ୍ମୀର, ଲଦାଖ ଓ ଗୁଜୁରାଟର ଜୁନାଗଡ଼କୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଇ ନୂଆ ମାନଚିତ୍ର ଜାରି କରିବାକୁ ତୀବ୍ର ବିରୋଧ କରିଛି । ଏହା ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା ବୋଲି ଭାରତ ସରକାର କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ, କଶ୍ମୀର, ଲଦାଖ ଏବଂ ଗୁଜୁରାଟରେ କେତେକ ଅଞ୍ଚଳକୁ ନିଜର ବୋଲି ଦାବି କରିବା ପାକିସ୍ତାନ ସରକାରଙ୍କ ଏକ ରାଜନୈତିକ ମୁର୍ଖତା । ଏପରି ଦାବି ବେଶ ହାସ୍ୟାସ୍ପଦ ଓ ଏଗୁଡ଼ିକର କୌଣସି ଆଇନଗତ ବୈଧତା ଓ ଅନ୍ତର୍ଜାତୀୟ ଭରସାଯୋଗ୍ୟତା ନାହିଁ । ଏହା ପାକିସ୍ତାନର ମୁଖା ଖୋଲିଦେଇଛି ଯେ ଏହା ଅନ୍ୟର ଜମି ହଡ଼ପ କରିବାକୁ ଚାହେଁ ।
ସୂଚନାଯୋଗ୍ୟ ଯେ ଗତ କାଲି ପାକିସ୍ତାନ ପକ୍ଷରୁ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରାଯାଇଛି । ଏଥିରେ ଭାରତୀୟ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଯାଇଛି । କେବଳ ଏତିକି ନୁହେଁ, ଭାରତୀୟ ରାଜ୍ୟ ଗୁଜୁରାଟରେ ଥିବା ପୂର୍ବତନ ଜୁନାଗଡ଼ ରାଜ୍ୟ ଓ ସାର କ୍ରିକ ଅଞ୍ଚଳକୁ ଏହି ମାନଚିତ୍ରରେ ଦର୍ଶାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଧ୍ୟକ୍ଷତାରେ ବସିଥିବା ପାକିସ୍ତାନ ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ମାନଚିତ୍ରକୁ ମଂଜୁରୀ ଦିଆଯାଇଛି ।