ଇସଲାମାବାଦ: ପଡୋଶୀ ଆଫଗାନିସ୍ତାନରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଛି। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ପକ୍ତିକା ପ୍ରଦେଶର ବରମଲ ଜିଲ୍ଲାର ଲମନ ସମେତ ସାତୋଟି ଗାଁକୁ ଟାର୍ଗେଟ କରିଛି। ପାକିସ୍ତାନୀ ଅଧିକାରୀମାନେ ତେହରିକ ତାଲିବାନ ପାକିସ୍ତାନ(ଟିଟିପି)ର ଏକ ତାଲିମ ଶିବିରକୁ ଧ୍ୱଂସ କରି ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଛନ୍ତି।
ଖାମା ପ୍ରେସ ରିପୋର୍ଟ ଅନୁଯାୟୀ, ୨୪ଡିସେମ୍ବର ରାତିରେ ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି। ଲମନରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ମାର୍ଚ୍ଚ ପରଠାରୁ ତେହରିକ ତାଲିବାନ ପାକିସ୍ତାନ ଟାର୍ଗେଟରେ ଆଫଗାନିସ୍ତାନ ଭିତରେ ଏହା ହେଉଛି ପାକିସ୍ତାନର ଦ୍ୱିତୀୟ ଆକ୍ରମଣ। ମାର୍ଚ୍ଚରେ ପାକିସ୍ତାନ କହିଥିଲା ​​ଯେ, ଆଫଗାନିସ୍ତାନ ଭିତରେ ଥିବା ସୀମାନ୍ତ ଅଞ୍ଚଳରେ ଗୁପ୍ତଚର ଆଧାରରେ ଏହି ଆକ୍ରମଣ କରାଯାଇଛି। ପାକିସ୍ତାନର ଆକ୍ରମଣ ପରେ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିଶୋଧ ନେବାକୁ ଧମକ ଦେଇଛି।
ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନିନ୍ଦା କରି କହିଛି, ଏଥିରେ ମହିଳା ଓ ଶିଶୁ ସମେତ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଛି। ଏଥିରେ କୁହାଯାଇଛି, ଅଧିକାଂଶ ପୀଡିତ ବ୍ୟକ୍ତି ୱାଜିରିସ୍ତାନ ଅଞ୍ଚଳର ଶରଣାର୍ଥୀ ଅଟନ୍ତି। ମନ୍ତ୍ରଣାଳୟ କହିଛି, ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ (ତାଲିବାନ ଶାସନ) ଏହାକୁ ଏକ ନିଷ୍ଠୁର କାର୍ଯ୍ୟ ଏବଂ ସମସ୍ତ ଅନ୍ତର୍ଜାତୀୟ ନୀତି ବିରୁଦ୍ଧରେ ଚରମ ଆକ୍ରୋଶ ବୋଲି ବିବେଚନା କରୁଛି ଏବଂ ଏହାକୁ ନିନ୍ଦା କରୁଛି।
ଅଧିକ ପଢ଼ନ୍ତୁ: ଆଜି ବଡ଼ଦିନ: ରାଜ୍ୟର ଅଧିକାଂଶ ଗୀର୍ଜାରେ ସାମୁହିକ ପ୍ରାର୍ଥନା
ଟୁଇଟରରେ ଏକ ପୋଷ୍ଟରେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଧମକ ଦେଇଛି। ମନ୍ତ୍ରଣାଳୟ କହିଛ, ପାକିସ୍ତାନ ଜାଣିବା ଉଚିତ୍ ଯେ, ଏଭଳି ଏକପାଖିଆ ପଦକ୍ଷେପ କୌଣସି ସମସ୍ୟାର ସମାଧାନ ନୁହେଁ। ଆଫଗାନିସ୍ତାନ ଏହାର ଉତ୍ତର ଦେବ।
ଆଫଗାନିସ୍ତାନ ପାଇଁ ପାକିସ୍ତାନର ସ୍ୱତନ୍ତ୍ର ପ୍ରତିନିଧୀ ମହମ୍ମଦ ସାଦିକଙ୍କ କାବୁଲ ଗସ୍ତର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। ସାଦ୍ଦିକ ମଙ୍ଗଳବାର ଦିନ କାବୁଲରେ ପହଞ୍ଚି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ତଥା ଯୋଗାଯୋଗକୁ ସୁଦୃଢ଼ କରିବା ଭଳି ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ ତାଲିବାନ ଅଧିକାରୀମାନଙ୍କୁ ମଧ୍ୟ ଭେଟିଥିଲେ।
ଅଧିକ ପଢ଼ନ୍ତୁ: ସରଣ୍ଡାରେ ରଣନୀତି ବଦଳାଉଛି ନକ୍ସଲ ସଂଗଠନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/25/rW74NtR5kYemGUPHZRiv.jpg)