ଲାହୋର: ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଜାନୁଆରି ୧୮ସୁଦ୍ଧା ଗିରଫ କର। ଏ ନେଇ ଆଜି ପାକିସ୍ତାନର ଆଣ୍ଟି ଟେରୋରିଜିମ କୋର୍ଟ (ଏଟିସି) ପଞ୍ଜାବ ପୁଲିସର କାଉଣ୍ଟର ଆତଙ୍କବାଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଠି ଯୋଗାଣ ମାମଲାର ଶୁଣାଣି କରି ଆଜି ଏଭଳି ରାୟ ଶୁଣାଇଛନ୍ତି ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ।

Advertisment

ଶୁକ୍ରବାର ଦିନ ମାମଲାର ଶୁଣାଣି ବେଳେ ଏଟିସି ବିଚାରପତି ନତାଶା ନାସିମ ସୁପ୍ରା ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହରଙ୍କୁ ଜାନୁଆରୀ ୧୮ସୁଦ୍ଧା ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପଞ୍ଜାବ ପୁଲିସର କାଉଣ୍ଟର ଆତଙ୍କବାଦ ବିଭାଗ ମାସୁଦକୁ ଗିରଫ କରିବାରେ ବିଫଳ ହୁଅନ୍ତି, ତେବେ କୋର୍ଟ ତାଙ୍କୁ ଘୋଷିତ ଅପରାଧୀ ଘୋଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଏଟିସି ବିଚାରପତି କହିଛନ୍ତି।

Pakistan's anti-terrorism court asks police to arrest JeM chief Masood Azhar  by Jan 18 | Law-Order Devdiscourse

ଏହା ପୂର୍ବରୁ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପ୍ରମୁଖ ଷଡଯନ୍ତ୍ରକାରୀ ଜାକିଉର ରେହମାନ ଲଖଭୀକୁ ଶୁକ୍ରବାର ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ୧୫ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲା । ୬ଦିନ ପୂର୍ବରୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଲସ୍କର-ଇ-ତୋଏବାର ଜାକିଉର ରେହମାନ ଲଖଭୀକୁ ଗିରଫ କରାଯାଇଥିଲା। ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧି ବିଭାଗ (ସିଟିଡି) ଦ୍ୱାରା ଲଖଭୀକୁ ଗିରଫ କରାଯାଇଥିଲା ଏବଂ ଲାହୋର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା।