ନୂଆଦିଲ୍ଲୀ: ପାକିସ୍ତାନକୁ ଘାରିଛି ଭାରତର ଭୟ । କାରଣ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ ଭାରତ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ । ଏହି ଡର ଏବେ ପାକିସ୍ତାନକୁ ଘାରିଛି । ଯେଉଁଥି ପାଇଁ ପରମାଣୁ ଯୁଦ୍ଧର ଧମକ ଦେବାକୁ ପଛାଇନାହାନ୍ତି ପାକିସ୍ତାନ ମନ୍ତ୍ରୀ । ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ, ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେକୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ଏଥିପାଇଁ ଆମ ସୈନ୍ୟଙ୍କୁ ମୁତୟନ କରିସାରିଛୁ । ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ ।
ଭାରତର ଆକ୍ରମଣ ଭୟରେ ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀ ଭୟରେ ଥରହର୍ ହେଉଛନ୍ତି । ଏପଟେ କିନ୍ତୁ ଗଣମାଧ୍ୟମ ସାମ୍ନାରେ ଦେଖାଉଛନ୍ତି ଦମ୍ଭ । ଏମିତି ଫମ୍ପା କଥା କହିବା ସହିତ ଭାରତକୁ ଦେଇଛନ୍ତି ପରମାଣୁ ଆକ୍ରମଣ ଧମକ । ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ଟିଆରଏଫ୍ ସଙ୍ଗଠନ ନିଜକୁ ଦାୟୀ କରିବା ପରେ ଏବଂ ଏଥିରେ ପାକିସ୍ତାନ ଆର୍ମିର ସମ୍ପୃକ୍ତି ଥିବା ନଇେ ଜଣାପଡିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟ କରାଯାଉଛି ।