ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜୌରି ଜିଲ୍ଲାସ୍ଥିତ ଭିମବେର୍‌ ଗଲି ଗ୍ରାମରେ ଥିବା ସେନା ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ବାର୍ବରିକ୍‌ ବର୍ଡର ଆକ୍ସନ ଟିମ୍‌(ବ୍ୟାଟ୍‌) ଯୋଜନା କରିଛି ବୋଲି ସୂଚନା ରହିଛି। ବ୍ୟାଟ୍‌କୁ ବାଦ୍‌ ଦେଲେ ଏଲ୍‌ଇଟି ଏବଂ ଲସ୍କର-ଇ-ତୋଇବା ମଧ୍ୟ ଯବାନମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ସୂଚନା ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ବ୍ୟାଟ୍‌ରେ ବହୁ ପ୍ରଶିକ୍ଷଣ ପ୍ରାପ୍ତ ଆତଙ୍କବାଦୀମାନେ ଅଛନ୍ତି। ଯେଉଁମାନଙ୍କୁ କି ପାକିସ୍ତାନ କେବଳ ସୀମାରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ନିୟୋଜିତ କରିଥାଏ।

Advertisment

ରିପୋର୍ଟରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଘାଟିରେ ଆତଙ୍କବାଦୀଙ୍କୁ ସମର୍ଥନ କରିବା ସକାଶେ ପାକିସ୍ତାନର ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ ଏବଂ ଅନ୍ୟ କିଛି ଆତଙ୍କବାଦୀ ସଂଗଠନ ସକ୍ରିୟ ଭାବେ ଯୁବ ମହିଳାଙ୍କୁ ଭର୍ତ୍ତି କରୁଛନ୍ତି। ମହିଳାଙ୍କୁ ଦରମା ପ୍ରଦାନ କରି ଏପରି କାମରେ ନିୟୋଜିତ କରାଯାଉଛି, ଫଳରେ ଯେପରି ଭାରତୀୟ ଯବାନକୁ କୌଣସି ସନ୍ଦେହ ନ ହୋଇପାରେ। ମହିଳାମାନଙ୍କୁ ଆକଶ୍ୟକୀୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି।