ଜମ୍ମୁରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଦୀର୍ଘଦିନର ବ୍ୟବଧାନ ପରେ ପାକିସ୍ତାନ ଆଜି ଜମ୍ମୁ କାଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜମ୍ମୁ ଜିଲ୍ଲାର ଆର୍ଣ୍ଣିଆ ସେକ୍ଟରରେ ପାକିସ୍ତାନର ଯବାନମାନେ ଆଜି ସକାଳେ ବିଏସ୍‌ଏଫ ଯବାନଙ୍କ ପାଟ୍ରୋଲିଂ ଟିମ୍‌କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ବିଏସ୍‌ଏଫ୍‌ ଯବାନ ଏହାର କଡ଼ା ଯବାବ ଦେଇଛନ୍ତି। ତେବେ ଭାରତ ପଟେ କେହି ମୃତାହତ ହୋଇନାହାନ୍ତି। ଉଲ୍ଲେଖଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୨୧ ଫେବ୍ରୁଆରିରେ ଅସ୍ତ୍ରବିରତି ନେଇ ରାଜିନାମା ହୋଇଥିଲା।

ଆଜି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଆଗକୁ ମଧ୍ୟ ଏହାର ପୁନରାବୃତ୍ତି ହେବା ଆଶଙ୍କା କରାଯାଉଛି। ସୀମାରେ ପୁଣି ଅଶାନ୍ତ ସ୍ଥିତି ଉପୁଜିଲେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ପର୍ଯ୍ୟାୟରେ ପହଞ୍ଚିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର